ନିଲାମ ହେବ ବିଦ୍ୟା ବାଲାନ୍ ଙ୍କ ସମ୍ବଲପୁରୀ ଶାଢ଼ୀ

ନୂଆଦିଲ୍ଲୀ ( ୧୮/୦୮ , ପିପିଏଲ୍ ନ୍ୟୁଜ୍ ) : ଅଭିନେତ୍ରୀ ବିଦ୍ୟା ବାଲାନ ସମ୍ବଲପୁରୀ ଶାଢୀ ପିନ୍ଧି ଫିଲ୍ମ ‘ଶକୁନ୍ତଳା’ର ପ୍ରମୋଶନ ପାଇଁ ଆସିଥିଲେ। କଳାରଙ୍ଗର ଏଇ ସମ୍ବଲପୁରୀ ବାନ୍ଧ ଶାଢୀରେ ବିଦ୍ୟା ବାଲାନ ବହୁତ ସୁନ୍ଦର ଦିଶୁଥିଲେ। ଖାଲି ବିଦ୍ୟାଙ୍କର ସୌନ୍ଦର୍ଯ୍ୟ ବଢି ଯାଇ ନ ଥିଲା, ଶାଢୀର ମୂଲ୍ୟ ମଧ୍ୟ ବଢି ଯାଇଥିଲା।  ବିଦ୍ୟା ନିଜେ ମଧ୍ୟ ଶାଢୀର ଡିଜାଇନକୁ ବହୁତ ପ୍ରଶଂସା କରିଥିଲେ।
ଏହାପରଠାରୁ ଏଇ ସମ୍ବଲପୁରୀ ବାନ୍ଧ ଶାଢୀର ବେଶ ଚର୍ଚ୍ଚା ହେଉଥିଲା। ଏବେ ବିଦ୍ୟା ବାଲାନ ପିନ୍ଧିଥିବା ଏଇ ସମ୍ବଲପୁରୀ ବାନ୍ଧ ଶାଢ଼ୀର ନିଲାମ ହେବ। ନିଲାମରୁ ଯେଉଁ ଅର୍ଥ ସଂଗୃହୀତ ହେବ, ତାକୁ ବୁଣାକାର ଭାଗବତ ମେହେରଙ୍କୁ ଦିଆଯିବ । ଅଗଷ୍ଟ ୧୫ରୁ ଅନ୍‌ଲାଇନ୍‌ରେ ନିଲାମ ଆରମ୍ଭ ହୋଇଛି । ଏହା ୨୦ ତାରିଖ ରାତି ୧୦ ଯାଏ ଚାଲିବ । ଯିଏ ନିଲାମରେ ଭାଗ ନେବାକୁ ଚାହୁଁଛନ୍ତି, ସେମାନେ ଗୁଗୁଲ ଫର୍ମସରେ ଆବେଦନ କରିପାରିବେ ।   ଏ ନେଇ ସୂଚନା ଦେଇଛନ୍ତି  ସାବତ ଏକ୍ସପୋର୍ଟ ପ୍ରାଇଭେଟ୍ ଲିମିଟେଡ୍‌ର ପ୍ରତିଷ୍ଠାତା ଅନୀତା ସାବତ ଓ ଅମ୍ରିତା ସାବତ ।

ରିପୋର୍ଟ – ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *