ଜଗତସିଂହପୁର (୨୩ /୦୨, ପିପିଏଲ୍ ନ୍ୟୁଜ୍) : ଜଗତସିଂହପୁର ଜିଲ୍ଲା ତିର୍ତୋଲ୍ ବ୍ଲକ ଅନ୍ତର୍ଗତ ଗରାମ ଗ୍ରାମ ପଞ୍ଚାୟତ ରେ ଥିବା ନ୍ୟାସନାଲ କ୍ଲବ ସାରୋଳ ତରଫରୁ ପ୍ରତିଭା ଅନ୍ୱେଷଣ ୨୦୨୧ ଆୟୋଜନ ହୋଇଯାଇଅଛି। ଏହି ସଭାରେ ମଂଚ ସଭାପତି ଅଧ୍ୟାପକ ଅଭୟ ମହାରଣା , ମୁଖ୍ୟ ଅତିଥି ପ୍ରଶାନ୍ତ କୁମାର ମୁଦୁଲି, ମୁଖ୍ୟ ବକ୍ତା ରାଜ୍ୟ ସରକାରି କର୍ମଚାରୀ ସଂଘ ନେତା ପ୍ରଭାତ ମହାନ୍ତି, ସମ୍ମାନିତ ଅତିଥି ପ୍ରିୟଦର୍ଶିନୀ ବିଶ୍ଵାଳ, ସୁଜାତା ମହାନ୍ତି,ଗଙ୍ଗାଧର ବିଶ୍ଵାଳ, କିଶୋର ସାହୁ, ଯୋଗଦେଇଥିଲେ। କ୍ଳବ୍ ର ସଭାପତି ତଥା ଜିଲ୍ଲା ଯୁବ ଵିଜୁଜନତାଦଳର ସଂପାଦକ ଶ୍ରୀଯୁକ୍ତ ପ୍ରିତିରଞ୍ଜନ ଖୁଣ୍ଟିଆ ଅତୀଥି ପରିଚୟ ପ୍ରଦାନ ଓ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଂପାଦକ ବିଶ୍ବଜିତ ବିଶ୍ଵାଳ ସଂପାଦକ କିୟ ବିବରଣୀ ପାଠ କରିଥିଲେ। ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ପରିଶେଷରେ ପ୍ରତିଯୋଗି ମାନଙ୍କୁ ମାନପତ୍ର ସିଲ୍ ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଏଥିରେ ବିଚାର କ ଭାବେ ବସନ୍ତ ମଞ୍ଜରୀ ଦାସ, ଵିନୋଦ ଦାସ ଯୋଗଦେଇଥିଲେ, କୃଷି କ୍ଷେତ୍ର ପାଇଁ ଆଲେଖ ସେଠୀ, ସମାଜ ସେବା ପାଇଁ ଆଲୋକ ଦାସ, ରକ୍ତଦାନ ପାଇଁ ଶିବ ପ୍ରସାଦ ସାହୁ କୁ଼ଂ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।ଏଥିରେ ସାରୋଳ ଗ୍ରାମବାସୀ ଓ ନ୍ୟାସନାଲ କ୍ଲବ ର ସମସ୍ତ ସଭ୍ୟ ସହଯୋଗ କରିଥିଲେ।
ରିପୋର୍ଟ – ପ୍ରଭାତ କୁମାର ପରିଡା