ନୟାଗଡରେ ଅଧିକାରୀଙ୍କୁ ମନ୍ତ୍ରୀ ଅରୁଣ ସାହୁଙ୍କ ତାଗିଦ

ନୂଆଦିଲ୍ଲୀ ( ୧୭/୦୨,ପିପିଏଲ୍ ନ୍ୟୁଜ୍):ଯେଉଁ ଅଫିସରମାନେ କାମ କରୁନାହାଁନ୍ତି , ମୋ ସରକାର କାର୍ଯ୍ୟକ୍ରମରେ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଉଛି । ତେଣୁ ଯିଏ କାମ ନ କରିବ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଭାଗୀୟ ମୁଖ୍ୟଙ୍କୁ ସୁପାରିଶ କରାଯିବ । ଯଦି କାମ କରିବ ତା ହେଲେ କର, ଯଦି ନ କରିବା କଥା ତା ହେଲେ ବାହାର । ନୟାଗଡରେ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା ବୈଠକରେ ଅଫିସରଙ୍କୁ କିଛି ଏଭଳି ତାଗିଦ କରିଛନ୍ତି, ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ।ମାର୍ଚ୍ଚ ମାସ ପୂର୍ବରୁ ନୟାଗଡ ନିର୍ବାଚନ ମଣ୍ଡଳୀର ସମସ୍ତ ବାକିଆ କାମ ଶେଷ କରିବା ପାଇଁ ବାବୁମାନଙ୍କୁ କଡା ଚେତାବନୀ ଦେଇଛନ୍ତି ଅରୁଣ ସାହୁ । ଯେଉଁ ବିଭାଗକୁ ଯେତିକି ଅନୁଦାନ ଆସିଛି ତାକୁ ଶେଷ କରି ତୁରନ୍ତ ୟୁଜର୍ସ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ । ଖାସ କରି ଜଳସେଚନ, ପୂର୍ତ୍ତ, ପାନୀୟ ଜଳ ଯୋଗାଣ ଓ ପର୍ଯ୍ୟଟନ ବିଭାଗକୁ କଡା ଚେତାବନୀ ଦେବା ସହ ଆସନ୍ତା ଏପ୍ରିଲ ମାସରେ କାର୍ଯ୍ୟରେ ଅଗ୍ରଗତି ନେଇ ପୁଣିଥରେ ସମୀକ୍ଷା କରାଯିବ ବୋଲି ସେ କହିଛନ୍ତି । କରୋନାରେ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ବେଳେ ଏବେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ସେ କହିଛନ୍ତି । ପାୟ ମାସେ ତଳେ ପ୍ରଥମ ସମୀକ୍ଷା କରାଯାଇଥିବା ବେଳେ ଏବେ ୨ୟ ଥର ପାଇଁ ନୟାଗଡ ନିର୍ବାଚନ ମଣ୍ଡଳୀସ୍ତରୀୟ ସମୀକ୍ଷା କରିଛନ୍ତି ଅରୁଣ ସାହୁ ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *