ନୟାପଲ୍ଲୀରେ ମକର ବନ୍ଧୁ ମିଳନ

ଭୁବନେଶ୍ବର (୧୫/୦୧,ପିପିଏଲ୍ ନ୍ୟୁଜ୍ ) : ମହାନଗର ନିଗମର ନୟାପଲ୍ଲୀ ୱାର୍ଡ ନଂ ୩୯ ରେ ମକର ସଂକ୍ରାନ୍ତି ର ଶୁଭ ଅବସରରେ ଯୁବନେତା ତଥା ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ରାଜ୍ୟ ଉପ-ସଭାପତି  ଅଭିଳାଷ ମାଣିଆ ମହୋଦୟଙ୍କ ତରଫରୁ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଜଣାଶୁଣା ଯୁବ ସମାଜସେବୀ ତଥା ଓଡିଶା ପ୍ରଦେଶ ଯୁବ କଂଗ୍ରେସ କମିଟିର ରାଜ୍ୟ ଯୁଗ୍ମ ସମ୍ପାଦକ  ଦେବବ୍ରତ ମହାନ୍ତି ଙ୍କ ନେତୃତ୍ଵରେ ଅନୁଷ୍ଠିତ ହୋଇଯାଇଛି ।ଇଂରାଜୀ ନୂତନ ବର୍ଷ ଓ ପବିତ୍ର ମକର ସଂକ୍ରାନ୍ତି ଅବସରରେ ଉଭୟ ନେତାଙ୍କ କନିଷ୍ଠ ସହଯୋଗୀ  ବିଶ୍ବଜିତ ସାହୁଙ୍କ ତତ୍ତ୍ବାବଧାନରେ ଛାତ୍ର ନେତା ଅନ୍ତର୍ଯ୍ୟାମୀ ପ୍ରଧାନ, ସାହିଲ ହରିଚନ୍ଦନଙ୍କ ସମେତ ଅନେକ ଉତ୍ସାହି ଯୁବ ଗୋଷ୍ଠୀ ନୟାପଲ୍ଲୀ ୱାର୍ଡ ନଂ ୩୯ ଅଧୀନରେ ଥିବା ନୂଆସାହି ଅଞ୍ଚଳର ସିତାପୁର ସାହି, ଖ୍ରୀଷ୍ଟିଆନ ସାହି,କେଉଟ ସାହି ସହ ଅନ୍ୟାନ୍ୟ ସାହି ବାସିନ୍ଦାଙ୍କୁ ଭେଟି ମକର ସଂକ୍ରାନ୍ତିର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ସମସ୍ତଙ୍କ ଆର୍ଶୀବାଦ ଓ ଭଲ ପାଇବା କାମନା କରି ମକର ବନ୍ଧୁ ମିଳନ କାର୍ଯ୍ୟକ୍ରମକୁ ସାଫଲ୍ଯ କରିଥିଲେ ,ସଂଗଠନର କନିଷ୍ଠ ସହଯୋଗୀ  ବିକାଶ ମହାନ୍ତି,  ସିଲୁ ନାୟକ, ରୋସନ ସାହୁ, ଯୁନେଦ ଅଖତର,  ସୁନୀଲ ସାହୁ, ନିଖିଲ ବେହେରାଙ୍କ ସମେତ ଅନେକ ଉତ୍ସାହି ଯୁବ ବନ୍ଧୁଗଣ ଏଥିରେ ସାମିଲ ହୋଇ ସମସ୍ତ ପ୍ରକାର ସହଯୋଗ କରି ସୁଚାର ରୂପେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ରିପୋର୍ଟ – ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *