ପଜିଟିଭ ନେଗେଟିଭର ଦ୍ଵନ୍ଦ

ସମ୍ୱଲପୁର(୦୨ /୦୩, ପିପିଏଲ୍ ନ୍ୟୁଜ୍) : କିଟ୍‌ଖରାପ ଥିଲା ସେଥିପାଇଁ ଆସିଲା ଭୁଲ ରିପୋର୍ଟ । ଭିସୁଟରେ ପଜିଟିଭ ନେଗେଟିଭର ଦ୍ଵନ୍ଦ । ଏକାଥରେ ୨୫ ଛାତ୍ରଙ୍କ ଭୁଲ ରିପୋର୍ଟକୁ ନେଇ ଉଠିଲା ପ୍ରଶ୍ନ । କେବଳ କିଟକୁ ଦୋଷ ଦେଇ ଖସିବାକୁ ଚାହୁଁଛନ୍ତି ସ୍ବାସ୍ଥ୍ୟସଚିବ ଓ କର୍ତ୍ତୃପକ୍ଷ । ଏଭଳି ଭୁଲ ରିପୋର୍ଟ ବଡ଼ ଷଡ଼ଯନ୍ତ୍ର ଥିବା ଅଭିଯୋଗ ଆସୁଛି ।ତେବେ କାହା ପାଇଁ ଓ କାହା ଇସାରାରେ ଏ ରିପୋର୍ଟ ପ୍ରସ୍ତୁତ କରାଯାଇଛି ତାକୁ ନେଇ ବଡ଼ ପ୍ରଶ୍ନ ଉଠୁଛି । ସେପଟେ ଘଟଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ରଖିଛନ୍ତି ସ୍ପଷ୍ଟୀକରଣ । ପରୀକ୍ଷା କରାଯାଇଥିବା କିଟ୍ ଖରାପ ଥିବାରୁ ପଜିଟିଭ ରିପୋର୍ଟ ଆସିଥିଲା । RT-PCR ଟେଷ୍ଟରେ ସମ୍ପୃକ୍ତ ଛାତ୍ରମାନେ ପଜିଟିଭ ଆସିନାହାନ୍ତି ।କରୋନାକୁ ନେଇ ସମସ୍ତେ ଭୟଭୀତ ଅବସ୍ଥାରେ ଥିବାବେଳେ ଏଭଳି ସ୍ଥିତିରେ ପଜିଟିଭ ନେଗେଟିଭର ଦ୍ଵନ୍ଦ ସମସ୍ତଙ୍କୁ ଚିନ୍ତାରେ ପକାଉଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *