ପରଲୋକରେ ବିଶିଷ୍ଟ ଚଳଚ୍ଚିତ୍ର ଏଡ଼ିଟର ଦେବେନ ମିଶ୍ର

ଭୁବନେଶ୍ୱର (୧୬/୦୮, ପିପିଏଲ ନ୍ୟୁଜ) : ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଫିଲ୍ମ ଏଡ଼ିଟର ଦେବେନ୍ ମିଶ୍ରଙ୍କ ପରଲୋକ ଘଟିଛି। ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲ୍ ରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଗତକାଲି ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ୬୨ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ସେ ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଚଳଚ୍ଚିତ୍ର ର ଏଡିଟିଙ୍ଗ କରିଛନ୍ତି। ତାଙ୍କର ଏମିତି ଅକାଳ ବିୟୋଗ ଖବର ପାଇ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନେକ କଳାକାର ଶୋକ ପ୍ରକାଶ କରିବା ସହିତ ତାଙ୍କର ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଏକ ଅପୂରଣୀୟ କ୍ଷତି ଘଟିଛି ବୋଲି ଅନେକ କଳାକାର କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ସ୍ବର୍ଗତ ଦେବେନ ମିଶ୍ର ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ଜବରଦସ୍ତ ଏଡିଟିଙ୍ଗ କରି ଦର୍ଶକ ମାନଙ୍କ ପାଖରେ ପରିଚିତ ହୋଇ ପାରିଥିଲେ। ‘ପୁଅ ମୋର କଳା ଠାକୁର’ ଚଳଚ୍ଚିତ୍ର ଠାରୁ ସେ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ଏବଂ ‘ଉଦଣ୍ଡି ସୀତା’, ‘ଭାଗ୍ୟ ହାତରେ ଡୋରି’, ‘ ଶ୍ରଦ୍ଧାଞ୍ଜଳୀ’, ‘ଲକ୍ଷେ ଶିବ ପୂଜି ପାଇଛି ପୁଅ’, ରଣଭୂମି’, ‘ ଯଶୋଦା’, ‘ ସାବିତ୍ରୀ’, ‘ କଳା ମାଣିକ’ ଆଦି ଚଳଚ୍ଚିତ୍ର ର ଏଡିଟିଙ୍ଗ କରିଥିଲେ। ‘ତୁ ମୋ ଶଙ୍ଖା ତୁ ମୋ ସିନ୍ଦୂର ‘ ହେଉଛି ତାଙ୍କର ଶେଷ ଏଡିଟିଙ୍ଗ ଚଳଚ୍ଚିତ୍ର।

ରିପୋର୍ଟ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *