ମୟୂରଭଞ୍ଜ: (୧୩/୦୭, ପିପିଏଲ ନ୍ୟୁଜ) ମୟୂରଭଞ୍ଜ ଜିଲ୍ଲାର ରାଜମାତା ଭାରତୀ ରାଜ୍ୟ ଲକ୍ଷ୍ମୀ ଭଞ୍ଜଦେଓଙ୍କ ଗତ କାଲି ରାତି ରେ ପରଲୋକ ହୋଇଛି। ତାଙ୍କ ବେଲଗଡ଼ିଆ ରାଜପ୍ରାସାଦରେ ଗତ କାଲି ରାତି ରେ ପ୍ରାୟ ୧୧ ଘଟିକା ସମୟରେ ସେ ଦେହ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୪ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ରାଜମାତା ଗତ କାଲି ସକାଳେ ଜଳଖିଆ ଖାଇବା ସହିତ ଦିନରେ ଭୋଜନ କରିଥିଲେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ କିନ୍ତୁ ରାତ୍ରି ଭୋଜନ ପରେ ସେ ଶୋଇବାକୁ ଯାଇଥିଲେ ଏବଂ ପରେ ତାଙ୍କର ମୃତ୍ୟୁ ହୋଇଛି। ରାଜଲକ୍ଷ୍ମୀ ଭଞ୍ଜଦେଓ ହେଉଛନ୍ତି ପୂର୍ବତନ ବିଧାୟକ ପ୍ରବୀଣ ଭଞ୍ଜଦେଓଙ୍କ ମା। ସେ ୧୯୨୮ ମସିହାରେ ନେପାଳ କାଠମାଣ୍ଡୁ ରେ ଜନ୍ମଗ୍ରହଣ କରିଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ୧୯୫୨ ମସିହାରେ ମହାରାଜା ପ୍ରତାପ ଚନ୍ଦ୍ର ଭଞ୍ଜଦେଓ ଙ୍କୁ ବିବାହ କରି ମୟୂରଭଞ୍ଜର ମହାରାଣୀ ହୋଇଥିଲେ।
ରିପୋର୍ଟ- ତପନ କୁମାର ସୂତାର