ପରଲୋକ ରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ

ନୂଆଦିଲ୍ଲୀ (୩୧/୦୮,ପିପିଏଲ୍ ନ୍ୟୁଜ୍) : ପରଲୋକରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ। ଆଜି ୮୪ ବର୍ଷ ବୟସରେ ତାଙ୍କର ପ୍ରାଣହାନି ଘଟିଛି। ଏନେଇ ତାଙ୍କ ପୁଅ ଅଭିଜିତ୍ ମୁଖାର୍ଜୀ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ସେ ହସ୍ପିଟାଲରେ ଥିଲେ। ତାଙ୍କ ମୁଣ୍ଡରେ ସର୍ଜରୀ କରାଯିବା ସହିତ ତାଙ୍କ ସ୍ଥିତି ସଙ୍କଟାପନ୍ନ ଥିଲା। ଏଥିସହିତ ସେ କରୋନା ପଜିଟିଭ୍ ଥିବା ମଧ୍ୟ ଜଣାପଡ଼ିଥିଲା। ହେଲେ ଆଜି ସେ ପ୍ରାଣ ହରାଇଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *