ପଶ୍ଚିମବଙ୍ଗ ରେ ‘ଦିଦି’ ନା ‘ମୋଦି’ ? ପଢନ୍ତୁ

କୋଲକାତା ( ୨୯/୦୪,ପିପିଏଲ୍ ନ୍ୟୁଜ୍ ) : ପଶ୍ଚିମବଙ୍ଗରେ ଅଷ୍ଟମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ସରିଛି। ଶେଷ ପର୍ଯ୍ୟାୟ ନିର୍ବାଚନରେ ୩୫ ବିଧାନସଭା କ୍ଷେତ୍ରରେ ମତଦାନ ହୋଇଛି। ୧୧,୮୬୦ ମତଦାନ କେନ୍ଦ୍ରରେ ଆଜି ଶାନ୍ତିପୂର୍ଣ୍ଣ ଉପାୟରେ ଭୋଟିଂ ହୋଇଥିବା ଜଣାପଡ଼ିଛି। ସନ୍ଧ୍ୟା ୫ ପର୍ଯ୍ୟନ୍ତ ୭୬.୦୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡ଼ିଛି। ତେବେ ପଶ୍ଚିମବଙ୍ଗ ସମେତ ମୋଟ ୪ ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନ ହୋଇଥିଲା। ଏବେ ଆସିଛି ଏକ୍‌ଜିଟ୍‌ ପୋଲ୍‌। କେଉଁଠି କେଉଁ ସରକାର ସେନେଇ ଏକ ଆନୁମାନିକ ସଂକେତ ମିଳିପାରିବ। ପଶ୍ଚିମବଙ୍ଗରେ ଆଜି ନିର୍ବାଚନ ସରଥିବା ବେଳେ ଆସାମ, ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ନିର୍ବାଚନ ଶେଷ ହୋଇଛି। ବିଶେଷ କରି ଆଜି ପଶ୍ଚିମବଙ୍ଗ ଏକଜିଟ୍‌ ପୋଲ ଉପରେ ସମସ୍ତଙ୍କ ନଜର ରହିଛି । ଦିଦି- ମୋଦି ଲଢେଇ ଭିତରେ କିଏ ବାଜି ମାରିବ, କିଏ ମୁକୁଟ ପିନ୍ଧିବ ପୁଣି କିଏ ବନବାସ ଯିବ ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଆଶା ଆଶଙ୍କାକୁ ଦ୍ୱିଗୁଣିତ କରିଦେଇଛି ଏକଜିଟ ପୋଲ । ଏହାରି ଭିତରେ ଅନେକ ଏକଜିଟ ପୋଲ ସଂସ୍ଥା ନିଜର ନିଜର ଆକଳନ ଜାରି କରିଛନ୍ତି ।

ପଶ୍ଚିମବଙ୍ଗରେ ବଡ ପାର୍ଟି ରହି ଆସିଥିବା ତୃଣମୂଳ କଂଗ୍ରେସକୁ କ୍ଷତି ମିଳିବା ସତ୍ୱେ ମଧ୍ୟ ଦଳ ସରକାର ଗଠନ କରିପାରେ ବୋଲି ଆକଳନ କରାଯାଇଛି । ସେପଟେ ବିଜେପି ପୂର୍ବ ନିରିବାଚନରେ ନିରଙ୍କୁଶ ଫଳ ପାଇଥିବା ବେଳେ ଚଳିତ ନିର୍ବାଚନରେ ବଡ ସଫଳତା ହାସଲ କରିବାକୁ ଯାଉଥିବା ପ୍ରକାଶ କରିଛି ଏକଜିଟ ପୋଲ ସଂସ୍ଥା ।

ରିପବ୍ଲିକ ଭାରତ ଏକଜିଟ ପୋଲର ତଥ୍ୟ ଅନୁଯାୟୀ, ପଶ୍ଚିମବଙ୍ଗରେ ସମୁଦାୟ ୨୯୪ ଆସନ ମଧ୍ୟରୁ ବିଜେପିକୁ ୧୩୮ରୁ ୧୪୮ ସିଟ ମିଳୁଛି । ସେହିପରି ଟିଏମସିକୁ ୧୨୮ରୁ ୧୩୮ ଆସନ ମିଳିବାକୁ ଯାଉଛି । CPIକୁ ୧୧ରୁ ୨୧ ଆସନ ମିଳିବାକୁ ଯାଉଥିବାବେଳେ ସ୍ବାଧିନ ପ୍ରାର୍ଥୀ ଗୁଡିକୁ କୈଣସି ସିଟ ମିଳୁନଥିବା କହିଛି ରିପ୍ଲବିକ CNX ଏକଜିଟ ପୋଲ । ସେହିପରି ABP ସି ଭୋଟର ରିପୋର୍ଟ ମୁତାବକ ବିଜେପିକୁ ୧୦୯-୧୨୧ ଆସନ, ଟିଏମସିକୁ ୧୫୨-୧୬୪, CPIMକୁ ୧୪-୨୫ ଆସନ ମିଳୁଥିବା ରିପୋର୍ଟ ପ୍ରକାଶ କରିଛି ABP ।ଆସାମ- (୧୨୬ ସିଟ୍‌)

ଇଣ୍ଡିଆ ଟୁଡେ ଆକ୍ସିସ୍‌ ମାଇଁ ଇଣ୍ଡିଆ—

ବିଜେପି: ୭୫-୮୫

କଂଗ୍ରେସ୍‌: ୪୦-୫୦

ଅନ୍ୟ: ୧-୪

ତାମିଲନାଡୁ (୨୩୪ ସିଟ୍‌)- ସିଏନଏକ୍ସ

ବିଜେପି: ୭୪-୮୪

କଂଗ୍ରେସ: ୪୦-୫୦

ଅନ୍ୟ: ୧-୩

ରିପୋର୍ଟ – ରୂପଶ୍ରୀ ପ୍ରଧାନ

Leave a Reply

Your email address will not be published. Required fields are marked *