ପାଦ ଫଟାର ଉପଚାର

ଭୁବନେଶ୍ୱର (୦୮ ।୧୨ ,ପିପିଏଲ୍ ନ୍ୟୁଜ୍ ): ଶୀତଦିନେ କେତେଜଣଙ୍କର ପାଦ ଫଟା ସମସ୍ୟା ବଢ଼ିଯାଏ। ଥଣ୍ଡା ପାଗ କାରଣରୁ ଅନେକଙ୍କର ପାଦ ଫାଟି ରକ୍ତ ମଧ୍ୟ ବାହାରେ। ଏଇ ଦିନେ ପାଦ ଓ ଗୋଇଠି ଫଟାର ଘରୋଇ ଉପଚାର କରିବା ଭଲ। ଖିର ୨ଚାମଚରେ ଅଧ ଚାମଚ ମହୁ ମିଶାଇ ପାଦ ଫଟାରେ ତୁଳା ସାହାଯ୍ୟରେ ଲଗାଇବେ। ୧୦-୧୫ଦିନ ରାତିରେ ଶୋଇବା ପୂର୍ବରୁ ଏଭଳି କଲେ ଆରାମ ମିଳେ। ନଡ଼ିଆ ତେଲ ଓ ଅଲିଭ ତେଲ ପାଦ ପାଇଁ ଭଲ ମଏଶ୍ଚରାଇଜର୍ ଭଳି କାମ କରେ। ଗାଧୋଇବା ସମୟରେ ପାଦକୁ ପ୍ୟୁମିକ୍‌ ଷ୍ଟୋନ୍‌ରେ ଭଲରେ ଘଷି ମଇଳା ବାହାର କରନ୍ତୁ। ଶୋଇବା ସମୟରେ ତେଲକୁ ଉଷୁମ କରି ଲଗାଇବେ। ପାଦ ଫଟା ସମସ୍ୟା ଦୂରେଇଯିବ। ଚାଉଳକୁ ଗୁଣ୍ଡ କରି ସେଥିରୁ ୧ଚାମଚ ଓ ମହୁ ଅଧ ଚାମଚ ମିଶାଇ ପାଦରେ ଲଗାଇ ଶୁଖିବା ପରେ ଧୁଅନ୍ତୁ। ଏହା ପାଦ ପାଇଁ ଭଲ ସ୍କ୍ରବ୍ ଭଳି କାମ କରିଥାଏ ଗ୍ଲିସେରିନ୍ ଯେପରି ତ୍ବଚା ପାଇଁ ମଏଶ୍ଚରାଇଜର୍ ଭଳି କାମ କରେ, ପାଦରେ ମଧ୍ୟ ଏହା ପ୍ୟାକ୍ ପରି କାମ କରେ। ଗ୍ଲିସେରିନ୍‌କୁ ତୁଳାରେ ନେଇ ପାଦରେ ଲଗାଇବେ। ଶୋଇବା ସମୟରେ ଏହି କାମ କରିବା ସହ ଉଷୁମ ପାଣିରେ ନିୟମିତ ପାଦ ସଫା କରିବା ଭଲ। ପାଦରେ ଭଲ ମଏଶ୍ଚରାଇଜର୍ ଲଗାଇଲେ ଫଟା ସମସ୍ୟା ଦୂର ହୋଇଯାଏ।

ରିପୋର୍ଟ -ରଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *