ପାନୀୟ ଜଳ ପାଇଁ ଗାଁ ଲୋକେ ହନ୍ତସନ୍ତ

ପାଟଣାଗଡ଼(୧୪/୦୯,ପିପିଏଲ୍ ନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା ପାଟଣାଡ଼ ବ୍ଲକ ମୁଣ୍ଡୋମହୁଲ ଗାଁ ରେ ପାନିୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସୁମ୍ମୁଖୀନ ହେଉଛନ୍ତି ଗାଁ ଲୋକେ। ଗାଁ ର ଜନ ସଂଖ୍ୟା ପ୍ରାୟ ଏକ ହଜାର ରୁ ଉର୍ଦ୍ଧ ଥିବାବେଳେ ଗାଁ ରେ ୪ଟି ନଲକୂପ ଅଛି, କିନ୍ତୁ ୩ଟି ନଲକୂପ ଅଚଲ ହୋଇଯାଇଛି । ନଲକୂପ ମରାମତି ପାଇଁ ପଞ୍ଚାୟତ ରୁ ଆରମ୍ଭ କରି ପାଟଣାଗଡ ପଞ୍ଚାୟତର ପଞ୍ଚାୟତ ଅଧକ୍ଷ ଭକ୍ତବଂଧୁ ନାଏକ କୁ ମଧ୍ୟ ଅଭିଯୋଗ କରିକି ସାତ ଦିନ ବିତିଯାଇଥିଲେ ମଧ୍ୟ ମରାମତି ହୋଇପାରି ନାହିଁ । ଗାଁ ର ମହିଲା ମାନେ ଗାଁ ନିକଟ ରେ ଏକ ପୋଖରି ରୁ ପିଇବା ପାଇଁ ପାଣି ବ୍ୟବହାର କରୁଛନ୍ତି । ଭବିଷ୍ୟତ ରେ ଗ୍ରାମ ବାସୀ ରୋଗାକ୍ରାନ୍ତ ହେବାର ଆଶଙ୍କା ରହିଛି । ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବା ସହ ତୁରନ୍ତ ମରାମତି ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।
ରିପୋର୍ଟ – ଲଳିତ ମଲ୍ଲିକ

Leave a Reply

Your email address will not be published. Required fields are marked *