ପିପିଲି ଉପନିର୍ବାଚନ ପାଇଁ ବିଜେପି ର ପ୍ରାର୍ଥୀ ଘୋଷଣା !

ପିପିଲି (୨୫ /୦୩, ପିପିଏଲ୍ ନ୍ୟୁଜ୍) : ପିପିଲି ଉପନିର୍ବାଚନ ଲାଗି ଆଜି ବିଜେପି ତା’ର ପ୍ରାର୍ଥୀ ଘୋଷଣା କରିଛି। ଆଶ୍ରିତ ପଟ୍ଟନାୟକଙ୍କୁ ଦଳ ପ୍ରାର୍ଥୀ କରିଛି।୨୦୧୯ ନିର୍ବାଚନରେ ମଧ୍ୟ ବିଜେପି ଆଶ୍ରିତଙ୍କୁ ପ୍ରାର୍ଥୀ କରିଥିଲା। ସେ ୭୨,୭୩୧ ଖଣ୍ଡ ଭୋଟ ପାଇଥିଲା। ସେତେବେଳେ ବିଜେଡି ପ୍ରାର୍ଥୀ ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିଲେ।

୨୦୧୯ ଅକ୍ଟୋବର ମାସରେ ପ୍ରଦୀପ ମହାରଥୀଙ୍କ ପରଲୋକ ହୋଇଥିଲା। ତା’ପରଠୁ ପିପିଲି ବିଧାନସଭା ଆସନ ଖାଲି ପଡ଼ିଛି। ବିଜେପି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେଡି ଓ କଂଗ୍ରେସ କାହାକୁ ମୈଦାନ କୁ ଛାଡ଼ିବେ ତାହା ଆଗାମୀ ଦିନରେ ଜଣାପଡ଼ିବ ।

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *