ପୁଣି ଜଣେ ବିଧାୟକ ଙ୍କୁ କରୋନା !

ଭୁବନେଶ୍ୱର(୦୮/୦୭, ପିପିଏଲ୍ ନ୍ୟୁଜ୍) : ବାଲେଶ୍ୱର ଜଣେ ବିଧାୟକ ଙ୍କ ପରେ ଏବେ ସାଲେପୁର ବିଧାୟକଙ୍କୁ କରୋନା । ନୀଳଗିରି ବିଧାୟକଙ୍କ ପରେ କଟକ ଜିଲ୍ଲାର ସାଲେପୁର ବିଧାୟକ ଏବେ କରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପିଏସଓ ଡ୍ରାଇଭର୍  ମଧ୍ୟ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ବିଧାୟକ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରେ ଚିନ୍ତା ବଢ଼ିଯାଇଛି । ବିଧାୟକଙ୍କ ସହିତ କେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ବିଧାୟକଙ୍କ ସମେତ ଅନ୍ୟ ୨ ଜଣଙ୍କୁ  କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ଦିଆଯାଇଛି।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା  

Leave a Reply

Your email address will not be published. Required fields are marked *