ନୂଆଦିଲ୍ଲୀ(୨୬ /୦୩, ପିପିଏଲ୍ ନ୍ୟୁଜ୍): ଖୁବ ଶୀଘ୍ର ଫୁଣି ଥରେ ଲୋକପ୍ରିୟ ‘ଦ କପିଲ ଶର୍ମା ଶୋ’ ଛୋଟ ପରଦାକୁ ଫେରିବାକୁ ଯାଉଛି । ଏଥର ଶୋ’ରେ ପୁରୁଣା ଚେହେରା ସହିତ କିଛି ନୂଆ ଚେହେରା ମଧ୍ୟ ନଜର ଆସିବେ । ସବୁଠାରୁ ଖାସ୍ କଥା ହେଲା, ଏହି ନୂଆ ଚେହେରା ଜନତାଙ୍କ ମଧ୍ୟରୁ ହିଁ ହୋଇପାରେ । ଏହି ଶୋ’ର ମେକର୍ସ କିଛି ଏମିତି ଲୋକଙ୍କୁ ଖୋଜୁଛନ୍ତି, ଯେଉଁମାନେ ହସାଇ ହସାଇ ବେଦମ୍ କଲାଭଳି ସ୍କ୍ରିପ୍ଟ ଲେଖି ପାରୁଥିବେ କିମ୍ବା, ଯେଉଁମାନଙ୍କ ପାଖରେ ଲୋକମାନଙ୍କୁ ହସାଇ ପାରୁଥିବାର କ୍ଷମତା ରହିଛି ।ମେକର୍ସ ଟ୍ୱିଟ କରି ଲେଖିଛନ୍ତି ଯେ, ‘କପିଲ ଶର୍ମା ଶୋର ଟିମ୍ ଖୋଜୁଛନ୍ତି ଆକ୍ଟର ଏବଂ ରାଇଟର୍ । ପୁରା ଭାରତବାସୀଙ୍କୁ ହସାଇବାର ଏହା ଏକ ସୁଯୋଗ ‘। ପ୍ରକାଶ ଥାଉକି, ଏହି ଶୋ’ରେ ଏବେ କୃଷ୍ଣା ଅଭିଶେକ୍ କିକ୍କୁ ସାରଦା,ଭାରତୀ ସିଂ,ସୁମୋନା ଚକ୍ରବର୍ତ୍ତୀ,ଚନ୍ଦନ ପ୍ରଭାକର ଏବଂ ଅର୍ଚ୍ଚନା ପୁରଣ ସିଂ କାମ କରୁଛନ୍ତି ।
ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ