ପୁଣି ଥରେ ବୃଦ୍ଧି ପାଇଲା ବିଦ୍ୟୁତି ଦ୍ୱାରା

ଭୁବନେଶ୍ୱର (୨୭/୦୩, ପିପିଏଲ୍ ନ୍ୟୁଜ୍): ଇତି ମଧ୍ୟରେ ପୁଣିଥରେ ବିଦ୍ୟୁତ ଶୁକ୍ଳ ଆଜି ବୃଦ୍ଧି ପାଇଛି | ସବୁ ସ୍ଲାବରେ ୟୁନିଟ୍ ପିଛା ୩୦ ପଇସା ବୃଦ୍ଧି କରାଯଇଛି । ଆସନ୍ତା ମାସ ଏପ୍ରିଲ ୪ ତାରିଖରୁ ଲାଗୁ ହେବ ବୃଦ୍ଧି କରାଯାଇଥିବା ଦ୍ୱାରା ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗର ନିଷ୍ପତ୍ତି । ହାରାହାରି ଖୁଚୁରା ଦର ୫.୬୦ ପ୍ରତିଶତ ବୃଦ୍ଧି ହୋଇଛି । ତେବେଏହି ବର୍ଦ୍ଧିତ ନିୟମ ବିପିଏଲ୍ ଓ କୃଷି ଜଳସେଚନ କ୍ଷେତ୍ରରେ ଲାଗୁ ହେବନି ।ଘରୋଇ ଉପଭୋକ୍ତା ଙ୍କ ର ୫୦ ୟୁନିଟ୍ ଯାଏଁ ୨ ଟଙ୍କା ୭୦ ପଇସାରୁ ବଢି ୩ ଟଙ୍କା ହୋଇଛି । ସେହିପରି ୫୦ରୁ ୨୦୦ ୟୁନିଟ୍ ଯାଏଁ ୪ ଟଙ୍କା ୫୦ ପଇସାରୁ ବୃଦ୍ଧି ହୋଇ ୪ ଟଙ୍କା ୮୦ ପଇସା ହୋଇଛି । ୨ ଶହରୁ ୪ଶହ ୟୁନିଟ୍ ଯାଏଁ ୫ଟଙ୍କା ୫୦ ପଇସା ବଦଳରେ ୫ ଟଙ୍କା ୮୦ ପଇସାକୁ ବୃଦ୍ଧି ହୋଇଛି ।ବିପିଏଲ ଓ ଜନସେଚନ ଉପଭୋକ୍ତାଙ୍କ ପାଇଁ ବିଦ୍ୟୁତ ବିଲ ଅପରିବର୍ତ୍ତିତ ରହିଛି । ସେହିପରି ମିଟର ରେଣ୍ଟ ଓ ମାସିକ ସର୍ବନିମ୍ନ ଚାର୍ଜକୁ ମଧ୍ୟ ଅପରିବର୍ତ୍ତିତ ରଖାଯାଇଛି । ତେବେ ଘରୋଇ ଓ ସିଙ୍ଗଲ ଫେଜ ଉପଭୋକ୍ତାଙ୍କୁ ୨ ପ୍ରତିଶତ ରିହାତି ଦିଆଯିବ । ଏହା ବାଦ ସମସ୍ତ ପ୍ରିପେଡ଼ ଉପଭୋକ୍ତାଙ୍କୁ ମଧ୍ୟ ୨ ପ୍ରତିଶତ ରିହାତି ମିଳିବ ।

ରିପୋର୍ଟ-ସୁବାଷ ଚନ୍ଦ୍ର ବାରିକ

Leave a Reply

Your email address will not be published. Required fields are marked *