ପୁଣି ପୁରୀରେ ଆରମ୍ଭ ହେଲା ଉଚ୍ଛେଦ କାର୍ଯ୍ୟ

ଭୁବନେଶ୍ୱର (୦୧ /୦୩, ପିପିଏଲ୍ ନ୍ୟୁଜ୍) : ଦୀର୍ଘ ଦିନ ପରେ ପୁଣି ପଶ୍ରୀମନ୍ଦିର ଠାରୁ ୭୫ ମିଟର ପରିଧି ଭିତରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ଆଜି ବହୁ ପୁରାତନ ରାଧାବଲ୍ଲଭ ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରାଯାଇଛି । ସିଂହଦ୍ୱାର ସମ୍ମୁଖରେ ଥିବା ଏହି ମଠର ସାମ୍ନାପାଶ୍ୱର୍କୁ ଜେସିବି ମେସିନ ସାହାଯ୍ୟରେ ଉଚ୍ଛେଦ କରାଯାଉଛି ।ଉଚ୍ଛେଦ କାର୍ଯ୍ୟରେ ଗୋଟିଏ ଜେସିବି ମେସିନ୍, ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ, ଜଣେ ମାଜିଷ୍ଟ୍ରେଟ ନିୟୋଜିତ ହୋଇଛନ୍ତି । ଜିଲ୍ଲାପାଳ, ଉପଜିଲ୍ଲାପାଳ, ସିଟି ଡ଼ିଏସପି ଆଦି ବରିଷ୍ଠ ଅଧିକାରୀଙ୍କ ତତ୍ୱବଧାନରେ ଉଚ୍ଛେଦ କରାଯାଉଛି । ରାଧାବଲ୍ଲଭ ମଠରେ ୧୩ଟି ଦୋକାନ ଘର ରହିଛି । ଖଜା ଦୋକାନ, କଂସା ପିତଳ ଦୋକାନ ଆଦି ରହିଛି । ରାଧାବଲ୍ଲଭ ମଠର କିଛି ଅଂଶ ୭୫ ମିଟର ପରିଧି ମଧ୍ୟରେ ପଡ଼ୁଛି । ଆଉ ସବୁ ସୁରକ୍ଷିତ ବୋଲି ଜଣାପଡ଼ିଛି ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *