ପୁଣି ବଡ ପରଦାକୁ ଫେରୁଛନ୍ତି ପ୍ରିୟା

ଭୁବନେଶ୍ୱର(୦୪/୦୨)ବିଗତ କିଛିଦିନର ବ୍ୟବଧାନ ପରେ ପୁଣି ବଡ ପରଦାକୁ ଫେରିଛନ୍ତି ଚକୋଲେଟ ଗର୍ଲ ପ୍ରିୟା ଚୌଧୁରୀ । ସବୁବେଳେ ହସହସ ମୁହଁ ଆଉ ତାଙ୍କ ଚୁଲ୍‌ବୁଲି ଅନ୍ଦାଜରେ ସେ ଦର୍ଶକଙ୍କୁ ବେଶ କିମିଆ କରନ୍ତି । ତେବେ ଖୁବ୍‌ଶୀଘ୍ର ପୁଣିଥରେ ନିର୍ଦ୍ଦେଶକ ଦିଲୀପ୍ ପଣ୍ଡାଙ୍କ ନୂଆ ଚଳଚିତ୍ର ‘ଲାଗେ ପ୍ରେମ ନଜର’ରେ ନଜର ଆସିବେ ଅଭିନେତ୍ରୀ ପ୍ରିୟା ଚୌଧୁରୀ । ଏହି ସିନେମାର ସୁଟିଂ ଆରମ୍ଭ ହୋଇଯାଇଛି । ଏଥିରେ ଏକ ଦମଦାର ଭୂମିକାରେ ପ୍ରିୟା ଅଭିନୟ କରୁଥିବା ଜଣାପଡିଛି । ପ୍ରିୟାଙ୍କ ସମେତ ଏଥିରେ ହ୍ୟାଣ୍ଡସମ୍ ହିରୋ ଅମ୍ଳାନ୍ ଏବଂ ଜଣାଶୁଣା ଅଭିନେତ୍ରୀ ରିୟା ଦେ ମଧ୍ୟ ନଜର ଆସିବେ ।୨୦୦୮ରେ ସିନେମା ‘ଡ୍ରିମ୍‌ଗାର୍ଲ’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ ପ୍ରିୟା । ପରେପରେ ସେ ସିନେମା’ଅଭିମନ୍ୟୁ’, ‘ଆଲୋ ମୋର କଣ୍ଢେଇ’, ‘ହିରୋ’, ‘ରୁମକୁ ଝୁମାନା’ ଭଳି ଅନେକ୍ ସିନେମାରେ ସେ ଅଭିନୟ କରି , ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।କିଛିଦିନ ଓଲିଉଡରୁ ବିରତି ନେବା ପରେ, ପୁଣି ଥରେ ପ୍ରିୟା ବଡ ପରଦାକୁ ଫେରୁଥିବାରୁ ଦର୍ଶକ ବେଶ ଉତ୍ସାହିତ ଅଛନ୍ତି ।

ରିପୋର୍ଟ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *