ପୁଣି ବଢ଼ିଲା ତେଲ ଦର !

ନୂଆଦିଲ୍ଲୀ  ( ୦୭/୧୨, ପିପିଏଲ୍ ନ୍ୟୁଜ୍ ) : ଦେଶରେ ତୖେଳ ଦର କ୍ରମାଗତ ଭାବରେ ବଢିବାରେ ଲାଗିଛି । ନଭେମ୍ବର ୨୦ତାରିଖରୁ ତୈଳ କମ୍ପାନୀ ମାନେ ପେଟ୍ରାେଲ ଓ ଡିଜେଲ ଦରକୁ ବୃଦ୍ଧି କରିବାରେ ଲାଗିଛନ୍ତି ।ଗତ ସୋମବାର ଦିନ ପେଟ୍ରୋଲ୍ ମୂଲ୍ୟ ପ୍ରତି ଲି. ୩୦ରୁ ୩୩ପ. ବୃଦ୍ଧି ଘଟିଥିବା ବେଳେ ଡିଜେଲ୍ ୨୫ରୁ ୩୧ପ. ବଢିଛି । ଯାହା ଫଳରେ ଦିଲ୍ଲୀରେ ପେଟ୍ରାେଲ ଦର ୮୩.୭୧ ଟଙ୍କା ରହିଥିବା ବେଳେ ରବିବାର ଦିନ ଏହା ୮୩.୪୧ଟଙ୍କା ରହିଥିଲା ।ମୁମ୍ବାଇରେ ପେଟ୍ରାେଲ ମୂଲ୍ୟ ୩୩ପ. ବୃଦ୍ଧି ଘଟିଛି । ଯାହା ଫଳରେ ଦର ୯୦.୦୧ ଟଙ୍କାରୁ ୯୦.୩୪ ଟଙ୍କା ରହିଛି । ଆହୁରି ମଧ୍ୟ କୋଲକାତାରେ ପେଟ୍ରାେଲ ମୂଲ୍ୟ ଲିଟର ପିଛା ୮୫.୧୯ ଟଙ୍କା ରହିଛି ।ସେହିପରି ଗତ ସୋମବାର ଦିନ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ଯାହା ଫଳରେ ଦିଲ୍ଲୀରେ ଡିଜେଲ୍ ଦର ୭୩.୮୭ ଟଙ୍କା ରହିଥିବା ବେଳେ ରବିବାର ଦିନ ଏହା ୭୩.୬୨ ଟଙ୍କା ରହିଥିଲା ।

ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *