ପୁଣି ବିଗିଡିଲା ପ୍ରଣବ ମୁଖାର୍ଜୀ ଙ୍କ ସ୍ବାସ୍ଥ୍ୟବସ୍ଥା

ନୂଆଦିଲ୍ଲୀ (୧୯/୦୮ , ପିପିଏଲ୍ ନ୍ୟୁଜ୍ ) : ଗତ ସୋମବାରଠାରୁ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣି ବିଗିଡ଼ି ଯାଇଛି। ବ୍ରେନ ସର୍ଜରୀ ଏବଂ କରୋନା ଆକ୍ରାନ୍ତ ହେବା ପରେ ପ୍ରଣବ ଦା’ଙ୍କ ଫୁସଫୁସରେ ସଂକ୍ରମଣ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କୁ ଏବେ ବି  ଭେଣ୍ଟିଲେଟରରେ ରଖା ଯାଇଛି। ସ୍ପେଶାଲିଷ୍ଟ ଡାକ୍ତରୀ ଦଳ ଚିକିତ୍ସା ବୁଝୁଥିବା ଆର୍ମି ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି।
ଗତ କିଛି ଦିନ ହେବ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଧାର ଆସିଥିଲା।  ହେଲେ ବୁଧବାରଠାରୁ ପୁଣି ଅବସ୍ଥା ସଙ୍କଟାପନ୍ନ ହୋଇଯାଇଛି।

ରିପୋର୍ଟ- ଶ୍ୱେତାଲିନ୍

Leave a Reply

Your email address will not be published. Required fields are marked *