ପୁଣି ବ୍ୟାନ ହେଲା ୪୩ ଆପ

ନୂଆଦିଲ୍ଲୀ(୨୪/୧୧,ପିପିଏଲ ନ୍ୟୁଜ) : ଭାରତ ର ପୁଣି ଚାଇନା ଉପରେ ଡିଜିଟାଲ ଷ୍ଟ୍ରାଇକ | କେନ୍ଦ୍ର ସରକାର ଆଜି ଆଉ ଏକ ପଦକ୍ଷେପ ସ୍ୱରୂପ ୪୩ଟି ମୋବାଇଲ ଆପ ବ୍ୟାନ କରିଛନ୍ତି। ପ୍ରତିବନ୍ଧିତ ହୋଇଥିବା ଆପଗୁଡ଼ିକୁ ଭାରତର ଭୌଗଳିକ ସୀମା ମଧ୍ୟରେ ବସବାସ କରୁଥିବା କୌଣସି ବ୍ୟକ୍ତିବିଶେଷ ଏହି ଆପଗୁଡିକ ବ୍ୟବହାର କରିପାରିବେ ନାହିଁ। ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ୬୯ଏ ଅନୁଯାୟୀ ଏକ ନିର୍ଦ୍ଦେଶ ବଳରେ ଏହି ୪୩ଟି ମୋବାଇଲ୍ ଆପକୁ ବ୍ଲକ କରିଛନ୍ତି। ସୂଚନା ଅନୁଯାୟୀ, ଏହି ଆପଗୁଡ଼ିକ ଦେଶର ସାର୍ବଭୌମତ୍ୱ, ଅଖଣ୍ଡତା, ପ୍ରତିରକ୍ଷା ଓ ରାଜ୍ୟଗୁଡିକର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି | ଏହା ପୂର୍ବରୁ ଚଳିତ ବର୍ଷ ଜୁନ ୨୯ରେ ୫୯ଟି ଏବଂ ସେପ୍ଟେମ୍ବର ୨ରେ ୧୧୮ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଆଜିକୁ ମିଶାଇ ଚଳିତ ବର୍ଷ କେନ୍ଦ୍ର ସରକାର ୨୨୦ଟି ଆପ ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି।
ରିପୋର୍ଟ – ସୁଶ୍ରୀ ବିଶ୍ୱଜିତା

Leave a Reply

Your email address will not be published. Required fields are marked *