ପୁଣି ୧୩୬ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର (୧୧/୦୬-ପିପିଲ ନିୟୁଜ୍ )ରାଜ୍ୟରେ ବେକବୁ କରୋନାର ସ୍ଥିତି । ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।ଆଜି ରାଜ୍ୟରେ ୧୩୬ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬ରେ ପହଞ୍ଚିଛି। ସେଥି ମଧ୍ୟରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। ୨୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ବର୍ତ୍ତମାନ ରାଜ୍ୟରେ ୧୦୯୨ଟି ଆକ୍ଟିଭ କେସ୍ ରହିଛି।
ଆଜି ଚିହ୍ନଟ ହୋଇଥିବ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୫୪ ଜଣ NDRF ଓ ODRF କର୍ମଚାରୀ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ୧୭ ଜଣ , କନ୍ଧମାଳରୁ ୧୫ ଜଣ , ମୟୁରଭଞ ରୁ ୯ ଜଣ ,କେଉଁଝର ୮ଜଣ , କଟକ ଓ ଗଜପତି ରୁ ୭ ଜଣ , ଝାରସୁଗଡାରୁ ୪ ଜଣ , ପୁରୀ , ଗଞ୍ଜାମ ଓ ଢେଙ୍କାନାଳରୁ ୩ ଜଣ , ନୂଆପଡ଼ା ଓ କଳାହାଣ୍ଡିରୁ ୨ ଜଣ , କେନ୍ଦ୍ରାପଡା ଓ ସମ୍ବଲପୁରରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛି । ଆଜି ଚିହ୍ନଟ ହୋଇଥିବ ପଜିଟିଭିଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୩୪ ଆକ୍ରାନ୍ତ ହୋଇଥିବ ବେଳେ ଲୋକଲ କେସ୍ ୨ ଜଣ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *