ପୋଖରୀ ରେ ବୁଡି ଯାଇ ବୃଦ୍ଧ ମୃତ

ଯାଜପୁର(୦୮/୧୧,ପିପିଏଲ୍ ନ୍ୟୁଜ୍) : ପୋଖରୀ ରେ ବୁଡି ଯାଇ ବୃଦ୍ଧ ଙ୍କ ମୃତ୍ୟୁ ହୋଇଥିଵା ଜଣାପଡିଛି। ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧୀନ ଖଇରା ଗ୍ରାମ ର ପ୍ରତାପ ଚନ୍ଦ୍ର ମହାରଣା ରାତି ରେ ଘର ନିକଟରେ ଥିବା ଏକ ପୋଖରୀ କୁ ଶୌଚ ପାଇଁ ଯାଇଥିଲେ। କିନ୍ତୁ ପ୍ରତାପ ଘରକୁ ଫେରିବା ବିଳମ୍ବ ହେତୁ ପରିବାର ଲୋକେ ବହୁ ଖୋଜା ଖୋଜି କରିଥିଲେ ଓ ପରେ ପୋଖରୀ ନିକଟରେ ପ୍ରତାପ ଙ୍କ ଚପଲ ଦେଖି ପୋଖରୀ ରେ ବୁଡି ଯାଇ ଥିବା ସନ୍ଦେହ ରେ ଚଣ୍ଡିଖୋଲ ଅଗ୍ନିଶମ ଅଧିକାରୀ ଙ୍କୁ ଜଣାଇ ଥିଲେ। ଅଗ୍ନିଶମ ବାହିନୀ ବହୁ ଖୋଜା ଖୋଜି ପରେ ମୃତ ଅବସ୍ଥା ରେ ବୃଦ୍ଧ ଙ୍କୁ ଉଦ୍ଧାର କରି ଥିଲେ । ସେ ଶୌଚ ହେବାକୁ ପୋଖରୀ କୁ ଯାଇଥିବା ବେଳେ ତାଙ୍କ ଗୋଡ଼ ଖସି ଯିବା ରୁ ସେ ପୋଖରୀ ରେ ବୁଡି ଯାଇଥିଲେ ଓ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି ।

ରିପୋର୍ଟ – ନରହରି ବିହାରୀ

Leave a Reply

Your email address will not be published. Required fields are marked *