ପୋଲିସ ଗୁଳି ରେ ତିନି ନକ୍ସଲ ନିହତ

ମାଲକାନଗିରି(୨୪/୧୧,ପିପିଏଲ ନ୍ୟୁଜ) : ସୋମବାର ସକାଳେ ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାକେର୍ ଜିଲ୍ଲା ସୀମାନ୍ତ ଜଙ୍ଗଲରେ ପୁଲିସ ସହ ଗୁଳି ବିନିମୟ କରି ତିନିଜଣ ନକ୍ସଲ ନିହତ ହୋଇଛନ୍ତି । ନିହତ ନକ୍ସଲଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଏହି ଗୁଳିକାଣ୍ଡରେ ଜଣେ ଯବାନ ମଧ୍ୟ ଆହତ ହୋଇଛନ୍ତି । କାଙ୍କର ସୀମାନ୍ତ ଜଙ୍ଗଲ ରାଓଘାଟ ଥାନା ଅଞ୍ଚଳରେ ନକ୍ସଲମାନଙ୍କ କ୍ୟାମ୍ ପଡ଼ିଛି ବୋଲି କାକେର୍ ଜିଲ୍ଲା ପୁଲିସ ସୂଚନା ପାଇଥିଲା । ଗତରାତିରେ ଜିଲ୍ଲା ପୁଲିସ, ସଶସ୍ତ୍ର ସୀମା ବଳ ଓ ଡିଆରଜିର ଯବାନମାନେ ମିଳିତ ଭାବେ ଅପେରସନ କରିଛନ୍ତି |
ରିପୋର୍ଟ – ମାନିକ ବାଛାଡ

Leave a Reply

Your email address will not be published. Required fields are marked *