ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ !


ଭୁବନେଶ୍ୱର (୧୩ /୦୩ ,ପିପିଏଲ୍ ନ୍ୟୁଜ୍ ) : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍ I ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ ସୂଚନା, ବର୍ତ୍ତମାନ ସ୍ତିତି ଯାହା ଏବେ ଆଉ ସ୍କୁଲ ଖୋଲିବା ସମ୍ଭବ ନୁହେଁ I ଗତବର୍ଷ ଭଳି ଏଥର ବି ପରୀକ୍ଷା ନକରି କ୍ଲାସ ପ୍ରମୋସନ କରାଯିବ I ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବନି କି କ୍ଲାସ ହେବନିI କ୍ଲାସ ଚାଲିଥିବାରୁ ନବମ ପିଲା ଙ୍କ ପରୀକ୍ଷା ଅଫ ଲାଇନିରେ ହେବ I ଚଳିତ ବର୍ଷ କୌଣସି କ୍ଲାସ ହୋଇ ନଥିବାରୁ ଏପରି ନିଷ୍ପତ୍ତି ନିଆଯିବ । ଏପରିକି ଏପ୍ରିଲରେ ବି ନୂତନ ଶିକ୍ଷା ବର୍ଷ ଆରମ୍ଭ ହେବନି। ପ୍ରଥମରୁ ଅଷ୍ଟମ ଯାଏଁ ସବୁ ପିଲା ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ପାସ୍ ହେବେ ଓ ପରବର୍ତ୍ତୀ କ୍ଲାସ୍‌କୁ ଉତ୍ତୀର୍ଣ୍ଣ ହେବେ ।ସୂଚନା ଯୋଗ୍ୟ ଯେ, କରୋନା କଟକଣା ଯୋଗୁଁ ରାଜ୍ୟରେ ସ୍କୁଲ, କଲେଜ ବନ୍ଦ ଥିଲା । ପରବର୍ତ୍ତୀ ସମୟରେ କଲେଜ ଓ ହାଇସ୍କୁଲ ଖୋଲା ଯାଇଥଲେ ସୁଦ୍ଧା ପ୍ରାଇମେରୀ ସ୍କୁଲ ପିଲାଙ୍କ ସିଧାସଳଖ ପାଠ ପଢ଼ା ହୋଇପାରିନଥିଲା । ଏହି ସବୁ ଦିଗକୁ ଆଖି ଆଗରେ ରଖି ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିନା ପରୀକ୍ଷାରେ ପାସ୍ କରାଯିବ ।

ରିପୋର୍ଟ -ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *