ପ୍ରବଳ ରୁ ପ୍ରବଳ ବର୍ଷା , ସତର୍କ ରହିବାକୁ ନିର୍ଦେଶ

ଭୁବନେଶ୍ୱର(୧୩/୧୦,ପିପିଏଲ୍ ନ୍ୟୁଜ୍) :  ଆଜି ସକାଳ ରୁ ଲାଗିରହିଛି ବର୍ଷା। ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ଉତ୍ତର ଆନ୍ଧ୍ର କାକିନଡା ନିକଟରେ ଗଭୀର ଅବପାତ ସ୍ଥଳ ଭାଗ ଛୁଇଁଥିବାବେଳେ ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଜାରି ରହିଛି ।  ଏହାସହ ରାଜ୍ୟରେ ମଧ୍ୟ ଜାରି ରହିଛି ବର୍ଷା । ତେବେ ଭୁବନେଶ୍ୱରରେ ମଧ୍ୟ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି । ଟୁଇନ୍ ସିଟିରେ ୧୨ଟା ୩୦ ଯାଏଁ ପ୍ରବଳ ବର୍ଷା ହେବା ଏନେଇ ସତର୍କ ରହବାକୁ ଆଞ୍ଚଳିକ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ଏହି ସମୟରେ ଘଣ୍ଟା ପ୍ରତି ୨/୩ ସେମି ପର୍ଯ୍ୟନ୍ତ ବର୍ଷିବ । ରାସ୍ତା ଅଳ୍ପ ଦୃଶ୍ୟମାନ ହେବ, ଟ୍ରାଫିକ୍ ସମସ୍ୟା ଉପୁଜିପାରେ ବୋଲି ଏହି ସମୟରେ ଯେତେ ଦୂର ସମ୍ଭବ ଘରୁ ନ ବାହାରିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଯାହାର ପ୍ରଭାବରେ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *