ପ୍ରବାସି ଶ୍ରମିକଙ୍କୁ ମିଳିବ ସାମାଜିକ ସୁରକ୍ଷା ଯୋଜନା

ଭୁବନେଶ୍ୱର (୧୮/୧୦/୨୦୨୦ ପିପିଏଲ ନ୍ୟୁଜ): ଗତ୧୬ ତାରିଖ ଦିନ ଅନୁଷ୍ଠିତ ହୋଇ ଯାଇଛି ପ୍ରବାସୀ ଶ୍ରମିକଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ଉପରେ ଏକ ବୈଠକ। ଏହି ବୈଠକ ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଗ୍ରାମବିକାଶ ବୋଡେ଼ନ ବ୍ଲକ ପ୍ରଶାସନ ସହିତ ମିଳିତ ଭାବରେ ଆୟୋଜନ କରିଥିବା ବେଳେ ୧୦ଟି ଗ୍ରାମପଞ୍ଚାୟତ ରୁ ସମସ୍ତ ସରପଞ୍ଚ ଓ ସ୍ବେଛାସେବୀ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ବ୍ଲକ ତରଫରୁ A.P.O, G.P.O,B.S.S.O ତଥା ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ସଭା ଆରମ୍ଭରେ ଗ୍ରାମବିକାଶ ଜିଲ୍ଲା ସଂଯୋଜକ ଶ୍ରୀ ନରହରି ରାଉତ ପରିଚୟ ପ୍ରଦାନ କରିବା ସହିତ ସାମ୍ପ୍ରତିକ କୋରନା ମହାମାରୀ ସମୟରେ କିଭଳି ପ୍ରବାସୀ ଶ୍ରମିକମାନେ ସାମାଜିକ ସୁରକ୍ଷା ଯୋଜନା ରେ ସାମିଲ ହୋଇ ପାରିବେ ଆଲୋକପାତ କରିଥିଲେ। ସେହିପରି ଶ୍ରୀ ରାଜକିଶୋର ମିଶ୍ର ମହାଶୟ ଏହି ସାମାଜିକ ସୁରକ୍ଷା ଯୋଜନା ରେ କଣ କଣ କାଗଜାତ ଦରକାର ବୁଝାଇ ଥିଲେ। ସମସ୍ତ ଅଧିକାରୀ ମାନେ ମଧ୍ୟ ମହ।ତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ସମସ୍ତ ପ୍ରକାର ଭତ୍ତା, ଜାତୀୟ /ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ,ଖୁସି ଯୋଜନା,ଓ ଅନ୍ୟାନ୍ୟ ଯୋଜନା ଉପରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ବୁଝାଇ ଥିଲେ। ପରିଶେଷରେ ଗ୍ରାମବିକାଶ ଗୋଷ୍ଟି ପ୍ରବର୍ତ୍ତକ ଶ୍ରୀ ମନୋଜ କୁମାର ଖମାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ରିପୋର୍ଟ : ସୌମ୍ୟା

Leave a Reply

Your email address will not be published. Required fields are marked *