ପ୍ରବାସୀ ଶ୍ରମିକଙ୍କ ରାସ୍ତାରୋକ !

ବଲାଙ୍ଗୀର ( ୨୯/୦୫,ପିପିଏଲ ନ୍ୟୁଜ ) : ଅନ୍ୟ ରାଜ୍ୟରୁ କିଛି ଶ୍ରମିକ ଗତକାଲି ରାତିରେ ବସରେ ଆସି ବଲାଙ୍ଗୀର ସହର ଭିତରେ ଓଲ୍ହାଇ ଥିଲେ ଏବଂ ବାଲାଙ୍ଗୀର ଟାଉନ ଥାନାରେ ଯୋଗାଯୋଗ କରିଥିଲେ ଥାନାରେ ତାଙ୍କୁ ପୁଇଁତଳା କୁ ଯିବା ପାଇଁ ପରାମର୍ଶ ଦେଲେ ଫଳରେ ବସ ଶ୍ରମିକଙ୍କୁ ନେଇ ପୁଇଁତଳା ଛକ ସୋନପୁର ରାଜପଥରେ ଛାଡିଦେଲା l ଶ୍ରମିକ ମାନେ କାହାରି ସାହାଯ୍ୟ ସହାୟତା ନପାଇ ବର୍ତ୍ତମାନ ରାଜପଥ କୁ ସମ୍ପୂର୍ଣ ଅବୋରଧ କରିଛନ୍ତି ଫଳରେ କୌଣସି ଯାନବାହାନ ଏପରିକି ଆମ୍ବୁଲାନ୍ସ କୁ ମଧ୍ୟ ଛାଡ଼ୁନାହାନ୍ତି l ଖବର ପାଇଲା ପର୍ଯ୍ୟନ୍ତ ବି କୌଣସି ସରକାରୀ ଅଧିକାରୀ ଆସି ନଥିବା ସୂଚନା ମିଳିଛି l
ଶ୍ରମିକ ମାନେ ହାଇଦ୍ରାବାଦରୁ ବ୍ରହ୍ମପୁର ଆସି ସେଠାରୁ ବସ ଯୋଗେ ବଲାଙ୍ଗୀର ଆସିଥିଲେ ଏବଂ ଏମାନେ ସମସ୍ତେ ଟିକ୍ରାପଡ଼ା ବେଲପଡା ଏବଂ କଣ୍ଟାବାଞ୍ଜି ଅଞ୍ଚଳର ବୋଲି ଜଣା ପଡିଛି l

ରିପୋର୍ଟ – ମଧୁସୂଦନ ବହିଦାର

Leave a Reply

Your email address will not be published. Required fields are marked *