ପ୍ଲାଜମା ଦାନ କରିବେ ଯୁବ ସାମ୍ବାଦିକ!

ଭୁବନେଶ୍ବର ( ୦୩/୦୮, ପିପିଏଲ୍ ନ୍ୟୁଜ୍) : ଏବେ ଏବେ କରୋନା ରୁ ସୁସ୍ଥ ହୋଇଥିବା ଓଡିଶା ର ଯୁବ ସାମ୍ବାଦିକ ସନ୍ତୋଷ ଜେନା ଗୁରୁତର କରୋନା ରୋଗୀ ଙ୍କ ଚିକିତ୍ସା ପାଇଁ ପ୍ଲାଜମା ଦାନ କରିବାକୁ ଘୋଷଣା କରିଛନ୍ତି । ରାଜ୍ୟରେ ଗୁରୁତର କରୋନା ରୋଗୀ ଙ୍କ ଚିକିତ୍ସା ପାଇଁ ଏ ପର୍ଯ୍ୟନ୍ତ ପ୍ଲାଜମା ଥେରାପି ବେଶ୍ ଫଳପ୍ରଦ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମଧ୍ଯ ସୁସ୍ଥ ହୋଇଥିବା କରୋନା ରୋଗୀ ଙ୍କୁ ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି । ଏଥି ସହ ମନ୍ତ୍ରୀ ମାନଙ୍କୁ ମଧ୍ୟ ବିଭିନ୍ନ ଜିଲ୍ଲା ପାଇଁ ଦାୟିତ୍ଵ ଦିଆଯାଇଛି, ଯେପରି ସେମାନେ କରୋନା ରୁ ସମ୍ପୂର୍ଣ୍ଣ ଆରୋଗ୍ୟ ଲାଭ କରିଥିବା ରୋଗୀ ମାନଙ୍କୁ ପ୍ଲାଜମା ଦାନ କରିବାକୁ ଉତ୍ସାହିତ କରିବେ। ତେବେ ଏଭଳି ଏକ ସଙ୍କଟ ସମୟରେ ପ୍ରକୃତ କରୋନା ଯୋଦ୍ଧା ଭାବରେ ଆଗେଇ ଆସିଛନ୍ତି ଯୁବ ସାମ୍ବାଦିକ ସନ୍ତୋଷ ଜେନା । ସନ୍ତୋଷ ଖୁବ୍ ଦିନ ମଧ୍ୟରେ ଓଡିଶା ର ଘରେ ଘରେ ପରିଚିତ ହୋଇପାରିଛନ୍ତି । ନିଜର ନିର୍ଭୀକ ଓ ଦକ୍ଷ ସାମ୍ବାଦିକତା ପାଇଁ ସେ ସବୁବେଳେ ଦର୍ଶକ ଙ୍କ ପ୍ରିୟଭାଜନ ହୋଇ ପାରିଛନ୍ତି । ସନ୍ତୋଷ ନିକଟରେ ଜଣେ କୋଭିଡ ପଜିଟିଭ୍ ଙ୍କ ସଂସ୍ପର୍ଶରେ ଆସିଥିବା ର ଅନୁମାନ କରି ସ୍ଵଇଚ୍ଛା ରେ ଟେଷ୍ଟ କରାଇଥିଲେ । ଆଉ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ପରେ ପରେ ସନ୍ତୋଷ ରାଜଧାନୀ ର ଏକ କୋଭିଡ ହସ୍ପିଟାଲ୍ ରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । କୌଣସି ଲକ୍ଷଣ ନ ଥିବା ହେତୁ ସନ୍ତୋଷ ଅଳ୍ପ ଦିନ ମଧ୍ୟରେ କରୋନା କବଳରୁ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇଥିଲେ । ତେବେ ସେ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ରେ ଏକ ପୋଷ୍ଟ କରି ଲେଖିଛନ୍ତି ‘ମୁଁ ଏବେ ସମ୍ପୂର୍ଣ୍ଣ ସୁସ୍ଥ, ସରକାରୀ ନିୟମ ଅନୁଯାୟୀ ସୁସ୍ଥ ହେବାର ୨୮ ଦିନ ପରେ ମୁଁ ମଧ୍ୟ ପ୍ଲାଜମା ଦାନ କରିବାକୁ ନିଷ୍ପତ୍ତି ନେଇଛି’ । ତେବେ ସନ୍ତୋଷ ଙ୍କ ଏହି ନିଷ୍ପତ୍ତି ପରେ ତାଙ୍କ ପ୍ରଶସଂକ ମାନେ ତାଙ୍କୁ ବେଶ୍ ଉତ୍ସାହିତ କରି ଧନ୍ଯବାଦ୍ ଦେଇଛନ୍ତି । ସନ୍ତୋଷ ଙ୍କ ଏଭଳି ଚିନ୍ତାଧାରା ନିଶ୍ଚୟ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିବ ଓ ପ୍ରେରଣା ଯୋଗାଇବ ।

ରିପୋର୍ଟ୍ – ତପନ କୁମାର ସୂତାର

Leave a Reply

Your email address will not be published. Required fields are marked *