ଫାଣ୍ଡି ଭାଙ୍ଗିଲେ , କାର ଜାଳିଲେ !

ଭୁବନେଶ୍ୱର(୦୧/୦୭, ପିପିଏଲ୍ ନ୍ୟୁଜ୍) : ସାମାଜିକ ଦୂରତାକୁ ସରକାର ବାରମ୍ଵାର ସଚେତନ କରୁଥିବାବେଳେ ଜଗତସିଂହପୁର ଜିଲ୍ଲା ର ତିର୍ତୋଲ ଥାନା ଅନ୍ତର୍ଗତ କ୍ରିଷ୍ଣାନନ୍ଦପୁର ଠାରେ ଏକ ମସଜିଦ ରେ କିଛି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ସମୂହ ନମାଜ ପାଠ କରୁଥିବାବେଳେ କୌଣସି ମତେ କ୍ରିଷ୍ଣାନନ୍ଦପୁର ଥାନାଅଧିକାରୀ ଅନିରୁଦ୍ଧ ନାୟକ ଖବର ପାଇ ଘଟଣା ସ୍ଥଳରେ ପହଁଚି ସେଠାରେ ନମାଜ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କୁ ତାଗିଦ କରିବା ସହିତ ମାସ୍କ ଏବଂ ସାମାଜିକ ଦୂରତା ପ୍ରତି ସଚେତନ କରାଇଥିଲେ ଏବଂ ସେଠାରେ ଉପସ୍ଥିତ ଥିବା ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନଙ୍କ ନାମ ଠିକଣା ଟିପି ନେଇ ଆସିଥିଲେ । ପରେ ପରେ ପ୍ରାୟ ହଜାରରୁ ଉର୍ଦ୍ଧ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇ କ୍ରିଷ୍ଣାନନ୍ଦପୁର ଫାଣ୍ଡି କୁ ଘେରାଉ କରିବା ସହିତ ଥାନା ଅଧିକାରୀଙ୍କ ବ୍ୟକ୍ତିଗତ କାରକୁ ଜାଳି ଦେଇଥିଲେ ଏବଂ ଫାଣ୍ଡିରେ ହେଉଥିବା ବୋଲେରୋ ଗାଡିକୁ ଓଲଟାଇ ଦେଇଥିଲେ ଏବଂ ଫାଣ୍ଡି ଭିତରକୁ ଢେଲା ପଥର ଫିଙ୍ଗି ଫାଣ୍ଡିର ଆସବାବ ପତ୍ର ଭାଙ୍ଗି ଦେଇଥିଲେ । ଖବର ପାଇ ଜଗତସିଂହପୁର ଜିଲ୍ଲାପାଳ, ଜଗତସିଂହପୁର ଏସପି, ତିର୍ତୋଲ ଥାନାଅଧିକାରୀ, ତିର୍ତୋଲ ଏସଡ଼ିପିଓ ଘଟଣାସ୍ଥଳରେ ପହଁଚି ପରିସ୍ଥିତିକୁ ଆୟତ୍ତ ଭିତରକୁ ଆଣି ତଦନ୍ତ ଚଳାଇଥିବା ଜଣାପଡିଛି । ସଂଖ୍ୟା ଲଘୁ ସମ୍ପ୍ରଦାୟର ଅଭିଯୋଗ କରନ୍ତି ଫାଣ୍ଡି ଅଧିକାରୀ ମସଜିଦ ଭିତରକୁ ଜୋତା ପିନ୍ଧି ପଶିଆସିବାରୁ ଏଭଳି ଉତେଜନା ସୃଷ୍ଟି ହୋଇଛି । ଆହୁରି ମଧ୍ୟ ଫାଣ୍ଡି ଅଧିକାରୀଙ୍କୁ ବଦଳି କରିବାକୁ ଦାବି ହେଉଛି ।
ରିପୋର୍ଟ – ତନ୍ମୟ ପଣ୍ଡା

Leave a Reply

Your email address will not be published. Required fields are marked *