ଫୁଣି ଶୁଣିବାକୁ ମିଳିବ ସାରଥିଙ୍କ ପ୍ରବଚନ

ଭୁବନେଶ୍ୱର (୧୬ /୦୨,ପିପିଏଲ୍ ନ୍ୟୁଜ୍ ):ଏବେ ଶୁଣିବାକୁ ମିଳିବ ସାରଥିଙ୍କ ପ୍ରବଚନ। ପୁଣି ଥରେ ତାଙ୍କର ଅନୁଗାମୀଙ୍କ ତାଙ୍କ ନିକଟକୁ ସୂଅ ଛୁଟିବ। ପ୍ରାୟ ଚାରି ବର୍ଷ ଜେଲ୍‌ରେ ରହିବା ପରେ ଗତ ବର୍ଷ ଜୁଲାଇ ୨୫ରେ ଚୌଦ୍ଵାର  ଜେଲ୍‌ରୁ ମୁକୁଳିଥିବା ସାରଥି ପୁଣି ଥରେ ପ୍ରବଚନ ଦେବାକୁ ହାଇକୋର୍ଟରେ ଆବେଦନ କରିଥିଲେ। ଏହା ଉପରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ମଙ୍ଗଳବାର ତାଙ୍କୁ ଅନୁମତି ଦେଇଛନ୍ତି।ଏଣିକି ପ୍ରବଚନ ଦେଇ ପାରିବେ ବହୁ ଚର୍ଚ୍ଚିତ ସାରଥି ବାବା। ପ୍ରବଚନ ଦେବା ନେଇ ସାରଥିଙ୍କୁ ହାଇକୋର୍ଟ ଅନୁମତି ଦେଇଛନ୍ତି। ସର୍ବାଧିକ ୨୦୦ ଲୋକଙ୍କୁ ନେଇ ଦେଇ ପାରିବେ ପ୍ରବଚନ। କୋଭିଡ୍ କଟକଣା ମାନି ପ୍ରବଚନ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଚନ ଦେବା ପାଇଁ ସାରଥି କୋର୍ଟରେ ଅପିଲ କରିଥିଲେ।ଗତ ବର୍ଷ ଜାମିନ ପାଇ ଚୌଦ୍ୱାର ସେଣ୍ଟ୍ରାଲ ଜେଲରୁ ମୁକୁଳିଥିଲେ ଆତ୍ମ ଘୋଷିତ ଭଗବାନ ସନ୍ତୋଷ ରାଉଳ ଓରଫ ସାରଥି। ୨ ଜଣ ଜାମିନଦାର ଓ ୨ ଲକ୍ଷ ଟଙ୍କା ବେଲ ବଣ୍ଡ ବଦଳରେ ସାରଥିଙ୍କୁ ଜୁଲାଇ ୨୨ ତାରିଖ ଦିନ କୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ପ୍ରାୟ ୪ ବର୍ଷ ପୂର୍ବେ ସାରଥିଙ୍କୁ ମହିଳାଙ୍କୁ ଅସଦାଚରଣ ସମେତ ୩ଟି ମାମଲାରେ ଗିରଫ କରାଯାଇଥିବା ବେଳେ ସେ ଏପର୍ଯ୍ୟନ୍ତ ଜେଲରେ ବନ୍ଦୀ ଥିଲେ।୨୦୧୫ ମସିହା ଅଗଷ୍ଟ ୮ ତାରିଖରେ ସାରଥିଙ୍କୁ ୩ଟି ମାମଲାରେ ଗିରଫ କରାଯାଇଥିଲା । ଦୁଇଟି ମାମଲାରେ ପୂର୍ବରୁ ତାଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ବେଳେ ତୃତୀୟ ମାମଲାରେ ଗତ ସୋମବାର ହାଇକୋର୍ଟ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ। ସାରଥିଙ୍କ କେନ୍ଦ୍ରାପଡା ବାରିମୂଳ ଆଶ୍ରମର ଜଣେ ଅନ୍ତେବାସିନୀ ତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଥିଲେ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ  

Leave a Reply

Your email address will not be published. Required fields are marked *