ବଜ୍ରାଘାତରେ ଜଣେ ମୃତ ୨ ଗୁରୁତର

ପାଟଣାଗଡ଼ ତା ୧୦.୯ : ପାଟଣାଗଡ଼ ଥାନା ଝୁଲେନବର ଗ୍ରାମ ରେ ବଜ୍ରାଘାତରେ ଜଣେ ଯୁବକ ର ମୃତ ଘଟିଥିବା ବେଳେ ୨ ଜଣ ଯୁବକ ଗୁରୁତର ଅବସ୍ଥାରେ ପାଟଣାଗଡ଼ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ଆଜି ଅପରାହ୍ନରେ ଝୁଲେନବର ଗ୍ରାମ ର ତିନି ଜଣ ଯୁବକ ବିଲରେ କାମ କରୁଥିବା ବେଳେ ହଠାତ ବଜ୍ରାଘାତ ଯୋଗୁଁ ଘଟଣାସ୍ଥଳ ରେ ଆନନ୍ଦ ରଣା (୨୯) ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନା କୁ ଚିକିତ୍ସା ପାଇଁ ପଠାଇଛନ୍ତି | ପେଟୁବରିହା (୩୧) , ମଦନବରିହା (୩୦) ଆହତ ହୋଇଥିବା ବେଳେ ମଦନ ବରିହା ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଜିଲ୍ଲା ଡାକ୍ତରଖାନା କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ପାଟଣାଗଡ଼ ଅଗ୍ନି ସମ ବିଭାଗ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ । ମୃତ ବ୍ୟକ୍ତିଙ୍କ ରୋଜଗାରକ୍ଷମ ହୋଇ ଥିବା ରୁ ପରିବାର ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରୁଛନ୍ତି।
ପାଟଣା ଗଡ଼ ରୁ ଦୁର୍ଯ୍ୟୋଧନ ଵର୍ଗେ ଓ ଖପ୍ରାଖୋଲ ରୁ ପାଣ୍ଡବ ବରିହା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *