ବନବିଭାଗ ତରଫରୁ କୋଟପାଡ଼ ରେ ସଚେତନତା ଶିବିର

କୋରାପୁଟ (୧୬/୦୩, ପିପିଏଲ୍ ନ୍ୟୁଜ୍) : କୋଟପାଡ଼ ବନବିଭାଗ ତରଫରୁ ଜଙ୍ଗଲ ରେ ନିଆଁ ନିୟନ୍ତ୍ରଣ ଓ ପ୍ରତିରୋଧ ନିମନ୍ତେ କୋଟପାଡ଼ ଅଞ୍ଚଳର ବିଭିନ୍ନ ଗ୍ରାମ ରେ ବେତାର ଯୋଗେ ସଚେତନ କରାଯାଇଛି l କୋଟପାଡ଼ ଅଞ୍ଚଳର କୁକୁଡ଼ିପଦର, ଘୁମର, ଅଁଳାଭଟା,ଜାମୁଗୁଡା, କୋଙ୍ଗା ଏବଂ ହର୍ଦଳି ଇତ୍ୟାଦି କୋଟପାଡ଼ ବନାଞ୍ଚଳ ଅଧୀନରେ ଥିବା ଗାଁ ଗୁଡିକରେ କୋଟପାଡ଼ ବନବିଭାଗ ତରଫରୁ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ବର୍ତ୍ତମାନର ଶିମିଳିପାଳ ଜଙ୍ଗଲର ପରିସ୍ଥିତିକୁ ଅନୁଧ୍ୟାନ କରି ସରକାରଙ୍କୁ ଚେତା ପଶିଛି l ତେଣୁ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଏହି ଶିବିରରେ ସମସ୍ତ ଗ୍ରାମରେ ଜଙ୍ଗଲରେ ନିଆଁ ନଲଗାଇବା, ବନ୍ୟଜନ୍ତୁ ଶିକାରକୁ ରୋକିବା ଏବଂ ଜଙ୍ଗଲ ସୁରକ୍ଷା କୁ ନେଇ ଗ୍ରାମବାସୀ ମାନଙ୍କୁ ସଚେତନ କରାଯାଇଛି l ଏହି ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା ସଚେତନ କାର୍ଯ୍ୟକ୍ରମ ରେ କୋଟପାଡ଼ ବନାଞ୍ଚଳ ଅଧିକାରୀ ଲିପସିତା କହଁର, ଫରେଷ୍ଟର ରାମଚନ୍ଦ୍ର ଭତରା, ଏମ ଶ୍ରୀନିବାସ ରାଓ, ମିହିର ପ୍ରଧାନ, ଟଙ୍କଧର ଦାସ ଙ୍କ ସମେତ ପାରା କର୍ମଚାରୀ ମାନେ ଉପସ୍ଥିତ ଥିଲେ l ଶେଷରେ ବନଭିବାଗ ର ଏପରି ମହତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ମହଲରେ ପ୍ରଂଶସା କରାଯାଇଛି l

ରିପୋର୍ଟ୍ – ସୁଶାନ୍ତ ଅଧିକାରୀ

Leave a Reply

Your email address will not be published. Required fields are marked *