ବମକୋଇ ପଞ୍ଚାୟତରେ ନିର୍ଭୟ କଢୀ ଟାସ୍କ ଫୋର୍ସ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ

ଗଞ୍ଜାମ(୧୮/୧୨,ପିପିଏଲ୍ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଦିନ ସମନ୍ଵିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ନିର୍ଭୟ କଢୀ ଟାସ୍କ ଫୋର୍ସ କମିଟି ଗଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଯଶୋବନ୍ତୀ ସାହୁଙ୍କ ନିର୍ଦ୍ଦେଶକ୍ରମେ ସୁପରଭାଇଜର ରେଣୁକା ନାୟକ ସଂଯୋଜନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶ୍ରୀ ବିପିନ ଚନ୍ଦ୍ର ପ୍ରଧାନ ଅତିଥିରୂପେ ଯୋଗଦାନ କରିଥିଲେ । ସେହିପରି ସରପଞ୍ଚ ପ୍ରତିନିଧି ଭଗବାନ ବାଡତ୍ୟା , ପୂର୍ବତନ ଅଧ୍ୟକ୍ଷ ପ୍ରତିନିଧି ଆଦିକନ୍ଦ ସାହୁ , ଛାତ୍ର ସଭାପତି ରାଜକିଶୋର ମହାନ୍ତି , ଛାତ୍ର ସମ୍ପାଦକ ବିକ୍ରମ ସିଂ, ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧକାରୀ ଜାଗିଲି ସାହୁ , ସିଆରସିସି ଦୀନବନ୍ଧୁ ପାତ୍ର ,ଏଲ୍ଏଚ୍ଚଭି ପଙ୍କୋଜିନି ଦାସ , ଗ୍ରାମ ରୋଜଗାର ସେବକ ଶିବରାମ ସେଠୀ , ବିକ୍ରମ ପ୍ରଧାନ , ଶିବ ପ୍ରଧାନ ଉପସ୍ଥିତିରେ ରାଜ୍ୟରେ ବୃଦ୍ଧି ପାଉଥିବା ବାଲ୍ୟ ବିବାହକୁ ରୋକିବା ନିମନ୍ତେ ରାଜ୍ୟ ସରକାର ନିର୍ଭୟ କଢୀ ଭଳି କାର୍ଯ୍ୟକ୍ରମକୁ ବ୍ଳକ ଓ ପଞ୍ଚାୟତ ସ୍ତରରେ କାର୍ଯ୍ୟକାରୀ କରିବା ପାଇଁ ନିର୍ଦ୍ଦେଶ ଜାରି କରିଥିଲେ ଏବଂ ବ୍ଳକ ଓ ପଞ୍ଚାୟତ ସ୍ତରରେ ବାଲ୍ୟବିବାହ ରୋକିବା ଲାଗି ଏକ କମିଟି ଗଠନ କରାଯାଇ ଜନସାଧାରଣଙ୍କୁ ସଚେତନତା କରାଯାଉଥିବା ବେଳେ ଆଜି ବମକୋଇ ପଞ୍ଚାୟତରେ ମଧ୍ୟ ଏଭଳି କାର୍ଯ୍ୟକୁ ଦୋହରାଇ କମିଟି ଗଠନ କରିବା ସହ ଲୋକମାନଙ୍କୁ ସଚେତନ କରାଯାଇଥିବା ଜଣାପଡ଼ିଛି । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ ସୁମିତ୍ରା କୁମାରୀ ପଣ୍ଡା , ମୋନାରାଣି ମହାପାତ୍ର , ସୋନାଲି ପାଣିଗ୍ରାହୀ ସମେତ ବମକୋଇ ପଞ୍ଚାୟତର ସମସ୍ତ ଅଙ୍ଗନୱାଡ଼ି କର୍ମୀ ଯୋଗଦେଇ ପରିଚାଳନା କରିବାରେ ସହଯୋଗ ପ୍ରଦାନ କରିଥିଲେ ।

ରିପୋର୍ଟ୍ – ଶଙ୍କର ସ୍ଵାଇଁ

Leave a Reply

Your email address will not be published. Required fields are marked *