ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ ଙ୍କୁ କରୋନା

ଭୁବନେଶ୍ବର(୦୧/୦୯,ପିପିଏଲ୍ ନ୍ୟୁଜ୍) : ଓଡ଼ିଆ ଚଳଚ୍ଚିତ୍ର ଜଗତ ର ବରିଷ୍ଠ ଅଭିନେତା ଅଜିତ୍‌ ଦାସ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଗତକାଲି ରାତିରେ ଅଭିନେତା ଅଜିତ୍‌ ଦାସ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏ ସଂକ୍ରାନ୍ତରେ ‘ଓଡ଼ିଶା ମୋ ପରିବାର’ ଅଧ୍ୟକ୍ଷ ଅରୂପ ପଟ୍ଟନାୟକ ଏବଂ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କୁ ତାଙ୍କ ଝିଅ ଯୋଗାଯୋଗ କରିଥିଲେ। ସେମାନଙ୍କ ସହଯୋଗରେ ଅଭିନେତା ଅଜିତ୍ ଦାସଙ୍କ କୋଭିଡ୍‌ ଟେଷ୍ଟ କରାଯାଇଥିଲା ଏବଂ ଆଜି ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ଜଣାପଡ଼ିଛି। ଅଜିତ୍‌ ଦାସଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିବା ପରେ ତାଙ୍କୁ ଭୁବନେଶ୍ବରର ଏକ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏବେ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଓ ଭଲ ରହିଛି ବୋଲି ହସ୍‌ପିଟାଲ୍‌ ସୂତ୍ରରୁ ଜଣାପଡ଼ିଛି।
ବରିଷ୍ଠ ଅଭିନେତା ଅଜିତ୍‌ ଦାସ କରୋନା ଆକ୍ରାନ୍ତ ବୋଲି ଜାଣିବା ପରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା ଓ ଅଭିନେତ୍ରୀ ତଥା ଅନ୍ୟ ବ୍ୟକ୍ତିବିଶେଷ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ସେ ଶୀଘ୍ର ଭଲ ହୋଇ ଘରକୁ ଫେରନ୍ତୁ ବୋଲି ଈଶ୍ବରଙ୍କଠାରେ ପ୍ରାର୍ଥନା କରିଛନ୍ତି।

One Reply to “ବରିଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ଅଜିତ୍‌ ଦାସ ଙ୍କୁ କରୋନା”

Leave a Reply

Your email address will not be published. Required fields are marked *