ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା ର ଶୁଣାଣି

ଦିଲ୍ଲୀ(୧୬/୧୦,ପିପିଏଲ୍ ନ୍ୟୁଜ୍) : ଆଜି ଥିଲା ବର୍ଷା-ଅନୁଭବ ଛାଡ଼ପତ୍ର ମାମଲା ର ଶୁଣାଣି। ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ସାଂସଦ ଅନୁଭବ ମହାନ୍ତି କରିଥିବା ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର କରିବା ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ କରିଥିବା ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟର ବିଚାରପତି ହୃଷିକେଶ ରାୟଙ୍କ ଜଣିକିଆ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହୋଇଥିଲା। ପଟିଆଲା ହାଉସ କୋର୍ଟରେ ଥିବା ଛାଡ଼ପତ୍ର ମାମଲା ଉପରେ ସୁପ୍ରିମକୋର୍ଟ ସ୍ଥଗିତାଦେଶ ଦେଇଛନ୍ତି। ଏହାସହ ଉଭୟପକ୍ଷ ମଧ୍ୟରେ ସହମତି ଭିତ୍ତିକ ଆଲୋଚନା ପାଇଁ ସୁପ୍ରିମକୋର୍ଟ ଉଭୟ ପକ୍ଷର ଓକିଲଙ୍କୁ ପରାମର୍ଶ ଦେଇଛନ୍ତି । ବୁଝାମଣା ପରେ ପରବର୍ତ୍ତୀ ଶୁଣାଣି ହେବ ବୋଲି ଜଣାପଡ଼ିଛି ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *