ବର୍ଷା ଦିନ ରେ ପୋକ – ଜୋକ ଙ୍କୁ ବିନାଶ କରିବା ପାଇଁ ଆପଣାନ୍ତୁ ଏହି ୪ ଟି ସହଜ ଉପାୟ

ଭୁବନେଶ୍ୱର(୧୯/୦୮,ପିପିଏଲ୍ ନ୍ୟୁଜ୍ ) : ବର୍ଷାଦିନେ ଘର ର ସବୁଠାରୁ ବଡ଼ ସମସ୍ୟା ବାହାର ର ପୋକଜୋକ,କୀଟପତଙ୍ଗ, ମାଛି ଏବଂ ପିମ୍ପୁଡ଼ି ପରି ଜୀବ ମାନେ। ଏମିତି କି କିଛି ବିଷାକ୍ତ ପୋକ ମଧ୍ୟ ଘରେ ପଶି ଯାଇଥାନ୍ତି ଏବଂ ଯଦି ଠିକ୍ ସମୟରେ ଏମାନଙ୍କୁ ସଫା କରାନଯାଏ ତେବେ ଆପଣଙ୍କୁ ଏବଂ ଆପଣଙ୍କ ଘରେ ବଡ଼ ଧରଣର ସମସ୍ୟା ହୋଇପାରେ। କିନ୍ତୁ ଆପଣ ଯଦି କେତେକ ଘରୋଇ ଉପାୟ କରିବେ ,ତେବେ ଏଥିରୁ ମୁକ୍ତି ପାଇବା ସହ ଆପଣଙ୍କୁ ବଜାରରୁ ସ୍ପେଶାଲ କେମିକାଲ୍ ଆଣିବାର ଆବଶ୍ୟକତା ମଧ୍ୟ ପଡ଼ିବନାହିଁ। ଘରେ ସହଜ ରେ ଉପଲବ୍ଧ ଥିବା କେତେକ ସାମଗ୍ରୀ ଦ୍ୱାରା ଏମାନଙ୍କୁ ବିନାଶ କରାଯାଇ ପାରିବ।
୧. ଗନ୍ଧ କର୍ପୁର : ଗନ୍ଧ କର୍ପୁର ର ଉପାଦେୟତା ଆପଣ ମାନେ ଅଳ୍ପ ବହୁତ ଜାଣିଥିବେ।କିନ୍ତୁ କର୍ପୁରର ଅନେକ ଫାଇଦା ରହିଛି।କର୍ପୁର ଏକ ଚମତ୍କାର ହୋମ୍ କ୍ଲିନର ମଧ୍ୟ। ଏହା ବ୍ୟବହାର କରିବା ଦ୍ବାରା ଘରର ଦୁର୍ଗନ୍ଧ ଦୂର ହୋଇ ଯାଇଥାଏ। ଯଦି ଆପଣଙ୍କ ଘରେ ପୋକ-ଜୋକ ଏବଂ ଅସରପା ରହିଥାଏ,ତେବେ ଆପଣ ଗନ୍ଧ କର୍ପୁର କୁ ଘରେ କୋଣ, ଥାକ ଆଦି ରେ ରଖନ୍ତୁ,ଦେଖିବେ ପୋକ – ଜୋକ , ଅସରପା ଇତ୍ୟାଦି ଘରୁ ପଳାଇ ଯିବେ।
୨. ଲେମନ୍ ଗ୍ରାସ୍ ଏବଂ ତୁଳସୀ : ପ୍ରତ୍ୟେକ ଘରେ ଲେମନ ଗୟାସକୁ ଏହାର ସୁଗନ୍ଧ ଯୋଗୁଁ ବ୍ୟବହାର କରାଯାଇଥାଏ। ଲେମନ ଗ୍ରାସ୍ ଗଛର ବ୍ୟବହାର ଏହାର ସୁଗନ୍ଧ ସହ ମଶା କିମ୍ବା ପୋକ ଦୂର କରୁଥିବା କେତେକ ଔଷଧରେ ମଧ୍ୟ କରାଯାଇଥାଏ। ସେହିପରି ତୁଳସୀ ଗଛ ପବନ ସ୍ବଚ୍ଛ ରଖିବା ସହ ଛୋଟ ଛୋଟ ପୋକ ଏବଂ ମଶାକୁ ଆପଣଙ୍କଠୁ ଦୂରରେ ରଖିଥାଏ।
୩. ସିଲିକନ୍ : ବର୍ଷା ଦିନେ ଘରେ ବିଭିନ୍ନ ପ୍ରକାରର ପୋକ-ଜୋକ ପଶିଥାନ୍ତି। ଏହି ସମସ୍ୟା ବାଥରୁମ୍ ଏବଂ ରୋଷେଇ ଘରେ ସବୁଠୁ ବେଶୀ ହୋଇଥାଏ। ଯଦି ଏହି ପୋକ-ଜୋକରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ କାନ୍ଥର ଛିଦ୍ରକୁ ସିଲିକନରେ ବନ୍ଦ କରି ଦିଅନ୍ତୁ। ଏପରି କରିବା ଦ୍ବାରା ସେହି ରାସ୍ତାରୁ ପୋକ-ଜୋକ କେବେ ଘର ଭିତରକୁ ପଶି ପାରିବ ନାହିଁ।
୪. ସ୍କ୍ରିନ୍ : ପୋକ-ଜୋକରୁ ମୁକ୍ତି ପାଇବା ପାଇଁ ଆପଣ ଘରର ଝରକା ଏବଂ କବାଟରେ ସ୍କ୍ରିନିଂ କରାଇପାରିବେ। ଏହା ଦ୍ବାରା ଘରେ ସ୍ବଚ୍ଛ ପବନ ପ୍ରବେଶ କରି ପାରିବ ଏବଂ ଆପଣ ପୋକ-ଜୋକଠୁ ମଧ୍ୟ ମୁକ୍ତି ପାଇ ପାରିବେ। ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଆପଣ ଅତି ସହଜ ରେ ଏ ଭଳି ସମସ୍ୟା ରୁ ମୁକ୍ତି ପାଇ ପାରିବେ।

ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *