ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କରୋନା ପଜିଟିିଭ ଚିହ୍ନଟ

ଭୁବନେଶ୍ୱର (୨୧/୪,ପିପିଏଲ୍ ନ୍ୟୁଜ୍ ): ରାଜ୍ୟରେ କୋଭିଡ଼ ସଂକ୍ରମଣଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର କୋଭିଡ଼ ସଂକ୍ରମିତ ହୋଇଥିବା ଜଣାପଡିଛି। ବଲାଙ୍ଗୀର ସ୍ଥିତ ବାସଭବନରେ ସେ ନିଜର କୋଭିଡ଼ ପରୀକ୍ଷା କରାଇଥିଲେ । ସେଥିରେ ତାଙ୍କର ନମୁନା ପଜିଟିଭ ଥିବା ଜଣାପଡିଥିଲା। ଏନେଇ ବିଧାୟକ ଶ୍ରୀ ମିଶ୍ର ଟୁଇଟର ମାଧ୍ୟମରେ ଜଣାଇଛନ୍ତି। ନିକଟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ବେଶେଷ କୋଭିଡ଼ ଟେଷ୍ଟ କରାଇ ନେବାକୁ ନିବେଦନ କରିଛନ୍ତି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ଠିକଠାକ ରହିଥିବା ଜଣାଯାଇଛି । ଶ୍ରୀଯୁକ୍ତ ମିଶ୍ର କରୋନା ଟିକାର ଉଭୟ ଡୋଜ ନେଇ ସାରିଥିଲେ। ତଥାପି ତାଙ୍କର ସ୍ବାବ ନମୁନା ପଜିଟିଭ ଚିହ୍ନଟ ହୋଇଛି। ସେପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଓ ଓଟିଡିସି ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର ଶ୍ରୀଯୁକ୍ତ ମିଶ୍ର ଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ରିପୋର୍ଟ- ମଧୁସୂଦନ ବହିଦାର

Leave a Reply

Your email address will not be published. Required fields are marked *