ବଲିଉଡ ଷ୍ଟାର ସୁଶାନ୍ତ ଙ୍କ ମୃତ୍ୟୁ ମାମଲା ରୁ ହଟିବ କି ଡ୍ରଗ୍ସ ମାମଲା ?

ମୁମ୍ବଇ(୨୯/୦୯,ପିପିଏଲ୍ ନ୍ୟୁଜ୍)  : ବଲିଉଡ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦୀର୍ଘ ୪ ମାସ ବିତିସାରିଲାଣି। କିନ୍ତୁ ଏଯାଏଁ ମଧ୍ୟ ଜାରି ରହିଛି ତାଙ୍କ ମୃତୁକୁ ନେଇ ତଦନ୍ତ । ସୁଶାନ୍ତ ରାଜପୁତଙ୍କ କେସରେ ଏମ୍ସର ଏକ ଡ଼ାକ୍ତରୀ ପ୍ୟାନେଲଙ୍କ ଦ୍ୱାରା ସିବିଆଇକୁ ହସ୍ତାନ୍ତର ହୋଇଥିବା ରିପୋର୍ଟ ମିଳିଥିବା ଜଣାପଡ଼ିଛି। ଉପଲବ୍ଧ ଥିବା ସୁଶାନ୍ତଙ୍କ ୨୦ ପ୍ରତିଶତ ଭିସେରାକୁ ନେଇ ନମୁନାକୁ ନେଇ ଏମ୍ସ ପକ୍ଷରୁ ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଏକ ବଡ଼ ଖୁଲାସା ହୋଇଥିବା ସାମ୍ନାକୁ ଆସିଛି। ମିଳିଥିବା ତଥ୍ୟ ଅନୁଯାୟୀ, ସୁଶାନ୍ତଙ୍କୁ ବିଷ ଦିଆଯାଇନଥିଲା। ଏମ୍ସ ଡ଼ାକ୍ତରଙ୍କୁ ସୁଶାନ୍ତଙ୍କ ଶରୀରରେ କୌଣସି ପ୍ରକାର ବିଷ ମିଳିନାହିଁ ବୋଲି ସୂଚନା ମିଳିଛି। ତେବେ ଏଥିରୁ ସୁଚନା ମିଳୁଛି କି ସୁଶାନ୍ତ ଙ୍କ ଶରୀର ରେ ଡ୍ରଗ୍ସ ମଧ୍ୟ ନଥିଲା ଓ ସେ ଡ୍ରଗ୍ସ ନେଉ ନଥିଲେ। ତେବେ ତାଙ୍କ ମୃତ୍ୟୁ କିପରି ହୋଇଛି ଏ ଯାଏ ଜଣାପଡିନାହିଁ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *