ବାଇକ ଦୁର୍ଘଟଣାରେ ଯୁବ କ୍ୟାମେରମ୍ୟାନ ଙ୍କ ମୃତ୍ୟୁ ; ଅକାଳ ବିୟୋଗ ରେ ସମସ୍ତେ ବ୍ୟଥିତ

ଫୁଲବାଣୀ ( ୧୩/୦୮ , ପିପିଏଲ୍ ନ୍ୟୁଜ୍ ) : ବାଇକ ଦୁର୍ଘଟଣାରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ ଥିବା ଏକ ଘରୋଇ ଟିଭି ଚ୍ୟାନେଲର କ୍ୟାମେରା ମ୍ୟାନଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାମ ରାଜୁ ନାୟକ । ଜନ୍ମାଷ୍ଟମୀରେ ତାଙ୍କ ଭଉଣୀ ଫୁଲବାଣୀର ନଦୀଖଣ୍ଡି ସାହିରେ ଥିବା ତାଙ୍କ ଘରକୁ ବୁଲିବା ପାଇଁ ଆସିଥିଲେ । ଆଜି ସେ ଭଉଣୀଙ୍କୁ ତାଙ୍କ ଶାଶୁ ଘର ଖଜୁରିପଡାରେ ଛାଡିବାକୁ ଯାଇଥିଲେ । ଭଉଣୀକୁ ଛାଡ଼ି ଫେରୁଥିବା ସମୟରେ କୌଣସି କାରଣରୁ ରାସ୍ତାରେ ଦୁର୍ଘଟଣା ଘଟିଥିଲା । ଆଉ ସେହିଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି ।

Leave a Reply

Your email address will not be published. Required fields are marked *