ବାଙ୍ଗାଲୋର ଅମ୍ବିକା! ଫେରିବା ଅପେକ୍ଷା ରେ ବିଧବା ମା…

ଭୁବନେଶ୍ବର ( ୦୩/୦୬, ପିପିଏଲ୍ ନ୍ୟୁଜ୍) : ଦେଶରେ କରୋନା ମହାମାରୀ ର ତାଣ୍ଡବ।ଥର ଥର କରି ବଢିଚାଲିଥିଲା ଲକଡାଉନ ର ଅବିଧି।ପରିବାର କୁ ଦୁଇ ଓଳି ଦୁଇ ମୁଠା ଯୋଗେଇ ଦେବାପାଇଁ ଭିଟାମାଟି ଛାଡି ଯାଇଥିବା ଶ୍ରମିକଙ୍କ ଦୁଃଖ ଏବେବି ସରିନି।କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ଖଲିଆଭଟା ଗ୍ରାମପଞ୍ଚାୟତ ପାଇକବାହାଲ ଗ୍ରାମର ଅମ୍ବିକା ନାଏକ ଛଅ ମାସ ତଳେ ନିଜ ପରିବାର ପ୍ରତିପୋଷଣ କରିବା ପାଇଁ ସୁଦୂର ବାଙ୍ଗାଲୋର କୁ ଦାଦନ ଖଟିବା ପାଇଁ ଯାଇଥିଲେ।ଅମ୍ବିକା ଙ୍କ ବାପା ଚାରି ବର୍ଷ ତଳେ ମୃତ୍ୟୁ ବରଣ କରିଥିବା ବେଳେ ଘରେ ରୁହନ୍ତି ବୃଦ୍ଧା ମା, ଭାଇ ମଧୁସୂଦନ ଓ ଭଉଣୀ ଅନାଦି।ମା ଆଉ କାମ କରିପାରୁନାହାନ୍ତି ସେଥିପାଇଁ ବଡ଼ ଝିଅ ଅମ୍ବିକା ଦୁଇ ଭାଇଭଉଣୀ ଙ୍କୁ ପାଠ ପଢେଇ ମଣିଷ କରିବା ପାଇଁ ଛାଡିବାକୁ ପଡିଲା ନିଜ ଘର।କେବେ ଘରୁ ପାଦ କାଢିନଥିବା ଅମ୍ବିକା ବାଙ୍ଗାଲୋର ରେ ସିଲେଇ କରି ବେଶ ଦୁଇ ପଇସା ରୋଜଗାର କରି ଘରକୁ ପଠାଉଥିଲେ।କିନ୍ତୁ କରୋନା ଏବେ ଦାଉ ସାଜିଲା।ଲାକଡାଉନ ଜଗୁ ସବୁ ଉଦ୍ୟେଗ ବନ୍ଦ ହେବା ପରେ ସବୁ ଦାଦନ ଶ୍ରମିକ ଘର ମୁହା ହେଲେ।କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ରାଜ୍ୟ ବାହାରେ ଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା।କିନ୍ତୁ ଜୟପାଟଣା ବ୍ଳକ ପ୍ରଶାସନ ର ଖାମଖିଆଲି ମନଭାବ ଯୋଗୁ ଏବେବି ବାଙ୍ଗାଲୋର ରେ ବନ୍ଧା ପଡିଛନ୍ତି ଅମ୍ବିକା।ସମସ୍ତ ବାଙ୍ଗାଲୋର ରେ ରହୁଥିବା ପ୍ରବାସୀ ଶ୍ରମିକଙ୍କୁ ରେଜିଷ୍ଟ୍ରେସନ କରି ନିଜ ନିଜ ଗାଁ କୁ ଆଣିଥିଲେ ମଧ୍ୟ ଅମ୍ବିକାର ଖବର କାହା ପାଖରେ ନାହିଁ।ସେପଟେ ଘରେ ଦୁଇ ଭାଇଭଉଣୀ ଓ ବିଧବା ମା ଫେରିବାର ରାହା ଦେଖି ଦେଖି ଆଖିର ଲୁହ ଶୁଖିଗଲାଣି। ଜିଲ୍ଲା ପ୍ରଶାସନ ତରଫରୁ ଦୃଷ୍ଟି ଦେବାକୁ ଦାବି ହେଉଛି।

ରିପୋର୍ଟ୍ – ଚିତ୍ରସେନ ବାଗ

Leave a Reply

Your email address will not be published. Required fields are marked *