ବାଜିଲା ପିପିଲି ଉପନିର୍ବାଚନ ବିଗୁଲ : କିଏ ମାରିବ ବାଜି ?

ପିପିଲି ( ୧୬/୦୩ , ପିପିଏଲ୍ ନ୍ୟୁଜ୍ ): ସବୁ ଆଲୋଚନା ପର୍ଯ୍ୟାଲୋଚନାର ସମାପ୍ତ ଘଟି ହେବାକୁ ଯାଉଛି ପିପିଲି ଉପ ନିର୍ବାଚନ । ସ୍ବର୍ଗତ ପ୍ରଦୀପ ମହାରଥୀଙ୍କର ଦେହାନ୍ତ ପରେ ଖାଲି ପଡିଥିବା ବହୁଚର୍ଚ୍ଚିତ ପିପିଲି ବିଧାନସଭା ଆସନ ପାଇଁ ବିଧିବଦ୍ଧ ଭାବେ ଆଜି ଉପନିର୍ବାଚନର ବିଗୁଲ ବାଜିଛି । ପିପିଲି ଉପନିର୍ବାଚନ ଏପ୍ରିଲ ୧୭ ରେ ହେବାକୁ ଯାଉଛି। ଏହାର ବିଜ୍ଞପ୍ତି ମାର୍ଚ୍ଚ ୨୩ ରେ ପ୍ରକାଶ ହେବ ଏବଂ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦। ନାମାଙ୍କନ ପତ୍ର ପ୍ରତ୍ୟାହାରର ଶେଷ ତାରିଖ ଏପ୍ରିଲ ୩ ଓ ମେ’ ୨ ତାରିଖରେ ଭୋଟଗଣତି ସହ ଫଳାଫଳ ମଧ୍ୟ ପ୍ରକାଶ ପାଇବ।

ରିପୋର୍ଟ – ଅଭିଜିତ କୁମାର ଦେବତା

Leave a Reply

Your email address will not be published. Required fields are marked *