ବାନାନା ମିଲ୍କ ସେକ୍‌ର ସ୍ୱାସ୍ଥ୍ୟ ଉପକାରିତା

ଭୁବନେଶ୍ୱର(୦୫/୦୪,ପିପିଏଲ୍ ନ୍ୟୁଜ୍ ): ଆସନ୍ତୁ ଜାଣିବା ବାନାନା ମିଲ୍କ ସେକ୍‌ର ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ । ବାନାନା ମିଲ୍କ ସେକ୍ ସେବନ କରିବା ଦ୍ୱାରା , ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ହୋଇଥାଏ । କଦଳୀରେ ଫଲିକ୍ ଏସିଡ୍‌, ଭିଟାମିନ୍ ‘ଏ’, ‘ବି’, ‘ବି୬’, ଆଇରନ୍‌, କ୍ୟାଲସିୟମ୍‌, ମ୍ୟାଗ୍ନେସିୟମ୍‌, ପୋଟାସିୟମ୍ ଭଳି ଅନେକ୍ ଗୁଣକାରୀ ତତ୍ୱ ଭରି ରହିଥିବା ବେଳେ କ୍ଷୀରରେ ପ୍ରୋଟିନ୍‌, କ୍ୟାଲସିୟମ୍‌, ଭିଟାମିନ୍‌’ଏ’, ’ଡି’, ’କେ’, ଫସଫରସ୍‌, ମ୍ୟାଗ୍ନେସିୟମ୍ ଭଳି ଅନେକ୍ ପୋଷକ ତତ୍ୱ ଭରି ରହିଥାଏ । ଯାହା ଶରୀରକୁ ଅନେକ୍ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ସହାୟକ ହୋଇଥାଏ ।ହାର୍ଟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ ବାନାନା ମିଲ୍କ ସେକ୍ । କଦଳୀରେ ପୋଟାସିୟମ୍‌ର ମାତ୍ରା ଭରପୁର ରହିଥାଏ । ଯାହା ହାର୍ଟ ସମ୍ବନ୍ଧୀୟ ସମସ୍ୟାକୁ କମ୍ କରିବାରେ ସାହାଯ୍ୟ କରେ ।ନିଦ୍ରାହୀନତା ସମସ୍ୟାର ସମ୍ମୁଖୀନ କରୁଥିଲେ, ବାନାନା ମିଲ୍କ ସେକ୍ ଏଥିପାଇଁ ବହୁତ୍ ଉପକାରୀ ହୋଇଥାଏ । ପ୍ରତିଦିନ ବାନାନା ମିଲ୍କ ସେକ୍ ସେବନ କରିବା ଦ୍ୱାରା, ସୁସ୍ଥ ନିଦ ହୋଇଥାଏ । ଏହା ସହିତ ନିଦ୍ରାହୀନତା ଦ୍ୱାରା ହେଉଥିବା ସମସ୍ୟା ଦୂର ହୋଇଥାଏ ।ବାନାନା ମିଲ୍କ ସେକ୍‌ରେ ଭିଟାମିନ୍‌’ସି’, ’ବି୬’ର ମାତ୍ରା ଭରପୁର ରହିଥାଏ । ଏହା ବ୍ୟତୀତ ଏଥିରେ ଫାଇବର୍‌ର ମାତ୍ରା ମଧ୍ୟ ରହିଥାଏ । ଯାହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।ଦୁର୍ବଳତା ଅନୁଭବ କରୁଥିଲେ, ଏହି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ ବନାନା ମିଲ୍କ ସେକ୍ । ଦୁର୍ବଳତା ଅନୁଭବ କରୁଥିଲେ, ଏହା ବେଶ ଲାଭଦାୟକ ହୋଇଥାଏ । ପ୍ରତିଦିନ ଏହା ସେବନ କରିବା ଦ୍ୱାରା, ଶରୀରକୁ ଏନର୍ଜି ମିଳିଥାଏ ।

ରିପୋର୍ଟ- ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *