ବାପା ହେବେ କୋହଲି

ନୂଆଦିଲ୍ଲୀ ( ୨୭/୦୮ , ପିପିଏଲ୍ ନ୍ୟୁଜ୍ ) : ଭାରତୀୟ କ୍ରିକେଟ ଟିମ୍‌ର ଅଧିନାୟକ ବିରାଟ କୋହଲି ଓ ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଆଜି ତାଙ୍କର ଫ୍ୟାନ୍ସଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଅନୁଷ୍କା ମା’ ହେବାକୁ ଯାଉଛନ୍ତି। ଏନେଇ ସୋଶାଲ ମିଡିଆରେ ଆଜି ଦମ୍ପତି ଘୋଷଣା କରିଛନ୍ତି।
ଟ୍ୱିଟରରେ ଦୁହିଁଙ୍କର ଫଟୋ ଶେଆର୍‌ କରି ବିରାଟ ଲେଖିଛନ୍ତି, ଆମେ ଏବେ ତିନି ଜଣ ହୋଇଯିବୁ। ଆମର ପ୍ରଥମ ସନ୍ତାନ ଜାନୁଆରୀ ୨୦୨୧ରେ ଆସିବାକୁ ଯାଉଛି।

Leave a Reply

Your email address will not be published. Required fields are marked *