ବାରିପଦା ବାର୍ ଆସୋସିଏସନ ନିର୍ବାଚନ : କିଏ କିଏ ଜିତିଲେ ପଢ଼ନ୍ତୁ

ବାରିପଦା ( ୨୭/୦୩, ପିପିଏଲ୍ ନ୍ୟୁଜ୍) : ଆଜି ରାଜ୍ୟର ବିଭିନ୍ନ ବାର୍ କାଉନସିଲ୍ ର ନିର୍ବାଚନ ସମାପ୍ତ ହୋଇ ଫଳାଫଳ ପ୍ରକାଶ ପାଇଛି | ସେହିପରି ବାରିପଦା ବାର୍ କାଉନସିଲ୍ ରେ ମଧ୍ୟ ମତଦାନ ହୋଇ ଫଳାଫଳ ସନ୍ଧ୍ୟା ସୁଦ୍ଧା ଜଣାପଡ଼ିଛି | ସମ୍ପୂର୍ଣ୍ଣ କୋଭିଡ଼ କଟକଣା ସହିତ ଆଜି ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି | ବାର୍ କାଉନସିଲ୍ ର ସଭାପତି ଭାବେ ପ୍ରବୀର କୁମାର ବସା ବାଜିମାତ୍ କରିଥିବା ବେଳେ, ଉପ ସଭାପତି ଭାବେ ସୁଜାତା ମିଶ୍ର ନିର୍ବାଚିତ ହୋଇଛନ୍ତି | ସମ୍ପାଦକ ଭାବେ ବସନ୍ତ ଭୋଳ, ସହ ସମ୍ପାଦକ ଭାବେ ସ୍ଵରୂପ ମିଶ୍ର ଓ କୋଷାଧ୍ଯକ୍ଷ ଭାବେ ଅରବିନ୍ଦ ସାହୁ ବିଜୟଲାଭ କରିଛନ୍ତି | ସେହିପରି ଏକଜିକ୍ୟୁଟିଭ ବଡ଼ି ମେମ୍ବର ଭାବେ ସ୍ଵପ୍ନା ମହାନ୍ତି, ଦୁଷ୍ମନ୍ତ କୁମାର ଦାସ, ଅନିଲ ବେହେରା ଦିଲ୍ଲୀପ କୁମାର ପାତ୍ର, ସତ୍ୟବାନ୍ ପାଲ୍, କୈଳାଶ ସାହୁ, ଶାନ୍ତନୁ କୁମାର ପାଲ୍, ସତ୍ୟ ନାରାୟଣ ମହାନ୍ତି, ସୁଶାନ୍ତ କୁମାର ପଣ୍ଡା, ରାଜୀବ ମହାନ୍ତି, ଅଶୋକ ପଣ୍ଡା ଓ ବଟକୃଷ୍ଣ ପାଢୀ ଜୟଯୁକ୍ତ ହୋଇଛନ୍ତି |

ରିପୋର୍ଟ୍ – ଶୁଭ୍ରଜ୍ୟୋତି

Leave a Reply

Your email address will not be published. Required fields are marked *