ବାରିପଦା ( ୧୨/୧୧,ପିପିଏଲ୍ ନ୍ୟୁଜ୍) : ‘ଆଇ ଲଭ ବାରିପଦା’ ସେଲଫି କର୍ଣ୍ଣର ଉଦଘାଟନ କଲେ ଜିଲ୍ଲାପାଳ । ବାରିପଦା ଭଞ୍ଜପୁର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ସ୍ଥାପିତ ହୋଇଛି ଏହି ସେଲଫି ପଏଣ୍ଟ୍ । କଳା, ସଂସ୍କୃତି ଓ ଐତିହ ସମ୍ପର୍ଣ୍ଣ ବାରିପଦା ସହରକୁ ସ୍ବଚ୍ଛ ଓ ସୁନ୍ଦର କରିବା ପାଇଁ ସରକାରୀ ଯୋଜନାରେ ଜିଲ୍ଲା ପ୍ରସାଶନ ଏବଂ ପୌରପରିଷଦ ଆନୁକୁଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ।ବାରିପଦା ସହରକୁ ଅଧିକ ସୁନ୍ଦର ଏବଂ ଯୁବ ସମାଜକୁ ଆକୃଷ୍ଠ କରିବା ପାଇଁ ବୁଧବାର ବାରିପଦା ଭଞ୍ଜପୁର ସ୍ଥିତ ବିଜୁ ପଟ୍ଟନାୟକ ପାର୍କ ସମ୍ମୁଖରେ ଆଇ ଲଭ ବାରିପଦା ନାମରେ ଏକ ସେଲଫି କର୍ଣ୍ଣର ଉଦଘାଟିତ ହୋଇଯାଇଛି । ବାରିପଦା ପୌରପରିଷଦ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି. ପରମାର , ବାରିପଦା ଉପଜିଲ୍ଲାପାଳ ତଥା ପୌରନିର୍ବାହୀ ଅଧିକାରୀ ପି. ଅନ୍ବେଷା ରେଡ୍ଡି ପ୍ରମୁଖ ଯୋଗଦେଇ ସେଲଫି କର୍ଣ୍ଣରକୁ ଉଦଘାଟନ କରିଥିଲେ । ଏହା ବାରିପଦା ସହରର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା ସହିତ ଏହି ସେଲଫିକର୍ଣ୍ଣର ଯୁବପିଢୀଙ୍କୁ ଆକୃଷ୍ଟ କରିବ ବୋଲି ଅତିଥି ମାନେ କହିଛନ୍ତି ।
ରିପୋର୍ଟ୍ – ସତ୍ୟବ୍ରତ ପଟ୍ଟନାୟକ