ବିଗ୍‌ ବସ-14ର ବିଜେତା ହେଲେ ଅଭିନେତ୍ରୀ ରୁବିନା ଦିଲୈକ

ମୁମ୍ବାଇ (୨୨/୦୨, ପିପିଏଲ୍ ନ୍ୟୁଜ୍) : ଲୋକପ୍ରିୟ ରିଆଲିଟି ସୋ ବିଗ ବସର ସିଜନ 14ର ବିଜେତା ହୋଇଛନ୍ତି ଅଭିନେତ୍ରୀ ରୁବିନା ଦିଲୈକ । ସୋ’ର ହୋଷ୍ଟ ସଲମାନ ଖାନ ରୁବିନା ଦିଲୈକଙ୍କ ନାମ ଘୋଷଣା କରିବା ମାତ୍ରେ ସୋସିଆଲ ମିଡିଆରେ ଫ୍ୟାନ୍ସମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁବ ପ୍ରଶଂସା କରୁଛନ୍ତି ।ସବୁବେଳେ ସେ ନିଜସ୍ୱ ଶୈଳୀ ଉପସ୍ଥାପନ କରୁଥିଲେ । ଅନେକ ସମୟରେ ସେ ଶୋ’ର ଆକର୍ଷକ ପାଲଟିଥିଲେ । ଶେଷରେ ରୁବିନା ନିଜର ବ୍ୟକ୍ତିତ୍ୱକୁ ଦର୍ଶକଙ୍କ ଆଗରେ ପ୍ରକାଶ କରିଛନ୍ତି । ଫଳରେ ସେ ଟ୍ରଫିର ଅଧିକାରିଣୀ ହୋଇପାରିଛନ୍ତି । ଶୋ’ର ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ୫ ଜଣ ପ୍ରତିଯୋଗୀଙ୍କୁ ସୁଯୋଗ ମିଳିଥିଲା ।ଏଥିରେ ରୁବିନା ଦିଲୈକ, ନିକ୍କି ତମ୍ବୋଲି, ଅଲି ଗୋନୀ, ରାହୁଲ ବୈଦ୍ୟ ଓ ରାଖି ସାୱନ୍ତ । ଏହି ୫ ଜଣ ଶୋ’ରେ ନିଜର ଶ୍ରେଷ୍ଠତା ପ୍ରଦର୍ଶନ କରିଥିଲେ । ଗତ ବର୍ଷ ଅକ୍ଟୋବର ୩ ତାରିଖରେ ବିଗ ବସ୍ ଶୋ’ ଆରମ୍ଭ ହୋଇଥିଲା । ଏହି ଶୋ’ ମୋଟ ୧୩୮ ଦିନ ଯାଏଁ ଚାଲିଥିଲା ।

ରିପୋର୍ଟ – ଶୁଭ୍ରଜ୍ୟୋତି ଭୂୟାଁ

Leave a Reply

Your email address will not be published. Required fields are marked *