ବିଗ୍ ବି ଅମିତାଭ୍ ବଚ୍ଚନ ଅସୁସ୍ଥ

ନୂଆଦିଲ୍ଲୀ (୨୮/୦୨,ପିପିଏଲ୍ ନ୍ୟୁଜ୍ ) : ବଲିଉଡ ର ମହାନାୟକ ଅମିତାଭ ବଚ୍ଚନଙ୍କ ଅଗଣିତ ପ୍ରଶଂସକ । ତାଙ୍କର ଗୋଟିଏ ଝଲକ ପାଇବାକୁ ପ୍ରଶଂସକ ମାନଙ୍କ ଭିତରେ ପ୍ରତିଦ୍ୱନ୍ଦିତା ଲାଗିଥାଏ । ଏହା ସହ ଅମିତାଭ୍ ବଚ୍ଚନ ସୋସିଆଲ ମିଡିଆରେ ବେସ୍ ସକ୍ରିୟ ରହିଥା’ନ୍ତି । ସେ ତାଙ୍କର ଅନୁଭବକୁ ବ୍ଲଗ ମାଧ୍ୟମରେ ଲୋକମାନଙ୍କ ପାଖରେ ପହଂଚାଇଥାନ୍ତି । ହେଲେ ଗତକାଲି ସେ ଲେଖିଥିବା ବ୍ଳଗ ପଢିବା ପରେ ପ୍ରଶଂସକ ମାନଙ୍କୁ ଝଟକା ଲାଗିଛି । ଏହି ବ୍ଲଗରେ ସେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା ଲେଖିଛନ୍ତି । ଏଥିଲାଗି ଅପରେଶନ ହେବାକୁ ପଡିବ ବୋଲି ସେ କହିଛନ୍ତି । ବିଗ୍ ବି ଙ୍କର ଏହି ବ୍ଳଗ୍ ଦେଖିବା ପରେ ଲୋକମାନେ ଚିନ୍ତିତ ହୋଇଛନ୍ତି । କାରଣ ବ୍ଳଗରେ ବିଗ୍ ବି ସବୁଦିନ ତାଙ୍କ ଜୀବନଶୈଳି ଲେଖିଥାନ୍ତି । ହେଲେ ଲୋକମାନେ ଜାଣିବାକୁ ଚାହିଁଛନ୍ତି କି ଅମିତାଭଙ୍କର ବାସ୍ତବରେ କ’ଣ ହୋଇଛି ଓ ସେ କେଉଁ ରୋଗ ପାଇଁ ଅପରେଶନ ହେବେ । ହେଲେ ଲୋକମାନେ ଏବେ ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

ରିପୋର୍ଟ -ରାଜେଶ୍ୱରୀ

Leave a Reply

Your email address will not be published. Required fields are marked *