ବିଗ୍ ବି ଙ୍କୁ ଅଭିନନ୍ଦନ

ମୁମ୍ବାଇ(୧୧/୧୦,ପିପିଏଲ୍ ନ୍ୟୁଜ୍) : ବଲିଉଡ ର ମହାନାୟକ ଅମିତାଭ ବଚ୍ଚନଙ୍କର ଆଜି ହେଉଛି ଜନ୍ମ ଦିନ । ବଲିଉଡ ସମ୍ରାଟ ବିଗ୍‌ ବି ୭୮ବର୍ଷରେ ପଦାର୍ପଣ କରିଛନ୍ତି । ୧୯୪୨ ମସିହା ଆଜିର ଦିନରେ ସେ ଜନ୍ମ ଗ୍ରହଣ କରିଥିଲେ । ଇଣ୍ଡଷ୍ଟ୍ରିରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି ଅଭିତାଭ୍‌ । ସେ ଆକ୍ସନ ଫିଲ୍ମ ହେଉ ଅବା କମେଡି, ଇମ୍‌ସୋନାଲ ସିନ୍ ହେଉ ଅବା ରୋମାଂଟିକ, ପ୍ରତ୍ୟେକ ଚରିତ୍ରରେ ଜିବନ୍ତ ଅଭିନୟ କରିଥାନ୍ତି ବଲିଉଡର ଏହି  ମହାନାୟକ। ତାଙ୍କ ଭଏସ ରେ ରହିଛି ଏକ ଅଲଗା ଜାଦୁ ।
ସେଥିପାଇଁ ତ ତାଙ୍କୁ ବଲିଉଡର ମହାନାୟକ ବୋଲି କୁହାଯାଏ । ଦୀର୍ଘ ୫ ଦଶନ୍ଧି ଧରି ବଲିଉଡରେ ରାଜ କରୁଛନ୍ତି ଅମିତାଭ । ତାଙ୍କ କ୍ୟାରିଅରରେ ସେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି ବଲିଉଡକୁ। ଆଜି ମଧ୍ୟ ସେ ଥକି ନାହାନ୍ତି । ଏତେ ବୟସରେ ମଧ୍ୟ ନିଜ କାମରୁ ବିରାମ ନେବାକୁ ପ୍ରସ୍ତୁତ ନୁହନ୍ତି ବିଗ୍ ବି । ସର୍ବଦା ଚଳଚଞ୍ଚଳ ବିଗ୍‌ ବି । ଏଠି କହିରଖୁଛୁ ଯେ, ବିଗ୍ ବି ତାଙ୍କ ପରିବାରର ଅତି ନିକଟତର ।  ସେ ନିଜ ସନ୍ତାନ, ବୋହୂ ଏବଂ ନାତୁଣୀଙ୍କୁ ଗଭୀର ସ୍ନେହ କରନ୍ତି । ସେ କରୋନା ରେ ମଧ୍ୟ ପୀଡିତ ହୋଇ କରୋନା କୁ ହରେଇ ସାରିଛନ୍ତି। କିଛି ଦିନ ପୂର୍ବେ ବିଗ୍ ବି, ଅଭିଷେକ ବଚ୍ଚନ,ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ବଚ୍ଚନଙ୍କୁ କରୋନା ପଜିଟିଭ୍ ମିଳିଥିଲା। ଏହି ସମୟ ମଧ୍ୟରେ ବିଗ୍ ବି ପୁରା ପରିବାର ପାଇଁ ପ୍ରାର୍ଥନା କରୁଥିଲେ  । ମହାମାରୀ କରୋନାକୁ ମାତ୍ ଦେଇଛନ୍ତି ପୁରା ବଚ୍ଚନ ପରିବାର । ଏବେ ବୟସ ସହ ରୋଗ ବଢ଼ି ଚାଲିଥିଲେ ମଧ୍ୟ ପଛକୁ ଫେରିନାହାନ୍ତି ବଲିଉଡର ମହାନାୟକ ।
ରିପୋର୍ଟ – ସୁଶ୍ରୀ ବିଶ୍ବଜିତା

Leave a Reply

Your email address will not be published. Required fields are marked *