ବିଜୟ ସିହ୍ନା ହେଲେ ବିହାର ବିଧାନସଭା ବାଚସ୍ପତ୍ତି

ବିହାର (୨୫ /୧୧ ,ପିପିଏଲ ନ୍ୟୁଜ ); ବିଧାନସଭା ବାଚସ୍ପତ୍ତି ନିର୍ବାଚନରେ ଏନଡିର ବିଜୟ । ବୁଧବାର ଦିନ ବିହାର ବିଧାନସଭାରେ ବାଚସ୍ପତ୍ତି ପଦ ପାଇଁ ମତଦାନ ହୋଇଛି । ଏହି ପଦ ପାଇଁ ଏନଡିଏରୁ ପ୍ରାର୍ଥୀ ହୋଇଥିବା ବିଜେପି ବିଧାୟକ ବିଜୟ ସିହ୍ନା ବିଜୟଲାଭ କରିଛନ୍ତି । ଏହି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ୧୨୬ ଟି ଭୋଟ ମିଳିଥିବା ବେଳେ ମହାଗଠବନ୍ଧନ ପ୍ରାର୍ଥୀଙ୍କୁ ୧୧୪ ଟି ଭୋଟ ମିଳିଛି । ସେ ତୃତୀୟ ଥର ପାଇଁ ଲଖିସରାୟ ଆସନରେ ଜିତିଛନ୍ତି।ବିରୋଧୀଙ୍କ ତୀବ୍ର ବିରୋଧ ମଧ୍ୟରେ ବିହାର ବିଧାନସଭା ଏକ ନୂତନ ବକ୍ତା ପାଇଛି। ଭାରତୀୟ ଜନତା ପାର୍ଟି ବିଧାୟକ ବିଜୟ କୁମାର ସିହ୍ନା ଏନଡିଏ ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଛନ୍ତି।

ରିପୋର୍ଟ -ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *