ବିବାହ କଲେ ବଲିଉଡ ଗାୟକ ଉଦିତ ନାରାୟଣଙ୍କ ପୁଅ

ମୁମ୍ବାଇ (୦୩ /୧୨,ପିପିଏଲ୍ ନ୍ୟୁଜ୍) );ଏକାଧିକ ଓଡିଆ ଗୀତ ଗାଇଥିବା ବଲିଉଡ ସିଙ୍ଗର ଉଦତ୍ ନାରାୟଣ ଓଡିଶାର ଘରେ ଘରେ ପରିଚିତ । ତାଙ୍କ ଗାୟକ ପୁଅ ଆଦିତ୍ୟ ନାରାୟଣଙ୍କୁ ମଧ୍ୟ ଅଧିକାଂଶ ଜାଣନ୍ତି । ସଂଗୀତ ଭିତିକ ଟିଭି ରିୟାଲିଟ ଶୋରେ ଉପସ୍ଥାପନା କରି ବେଶ ଲୋକପ୍ରିୟତା ହାସଲ କରିଛନ୍ତି ଆଦିତ୍ୟ । ମଙ୍ଗଳବାର ଏକ ନିରାଡମ୍ବର ଉତ୍ସବରେ ଆଦିତ୍ୟଙ୍କ ବିବାହ ହୋଇଛି । କରୋନା କଟକଣା ଭିତରେ ମୁମ୍ବାଇରେ ଆୟୋଜିତ ହୋଇଛି ଏହି ହାଇପ୍ରୋଫାଇଲ ବିବାହ ଉତ୍ସବ । ନିଜ ଦୀର୍ଘଦିନର ପ୍ରେମିକା ସ୍ୱେତା ଅଗ୍ରୱାଲଙ୍କୁ ବିବାହ କରିଛନ୍ତି ଆଦିତ୍ୟ ନାରାୟଣ ।

ରିପୋର୍ଟ -ରାଜେଶ୍ୱରୀ ନାୟକ

Leave a Reply

Your email address will not be published. Required fields are marked *